spot_img

Latest Posts

ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ହ୍ୱାଇଟ ହାଉସରେ ଭେଟିବେ। ଜାନୁଆରୀ ୨୦ ରେ ବିଡେନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ହେବ । ତେବେ ଉଭୟଙ୍କ ମଧ୍ୟରେ ତିନୋଟି ଭର୍ଚୁଆଲ୍ ମିଟିଂ ହୋଇସାରିଛି। ଏହି ସପ୍ତାହ ସୋମବାର ବିଳମ୍ବିତ ରାତିରେ ହ୍ୱାଇଟ ହାଉସ ବୈଠକକୁ ନିଶ୍ଚିତ କରିଛି । ୨୩ ସେପ୍ଟେମ୍ବରରେ ମୋଦୀ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିବେ ।

ସୋମବାର ଦିନ ହ୍ୱାଇଟ ହାଉସ ରାଷ୍ଟ୍ରପତି ବିଡେନଙ୍କ ସାପ୍ତାହିକ କାର୍ଯ୍ୟକ୍ରମ ଘୋଷଣା କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ସହ ଏକ ସାକ୍ଷାତକାରରେ ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି – ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରୁଛନ୍ତି । ସେ ୨୩ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ। ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ ରେ ରାଷ୍ଟ୍ରପତି ବିଡେନ ହ୍ୱାଇଟ ହାଉସରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହେଉ ବୋଲି କହିଛନ୍ତି ଅଧିକାରୀ ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, “ବିଡେନ-ହାରିସ୍ ପ୍ରଶାସନ ଭାରତ ସହିତ ଏହାର ବିଶ୍ୱସ୍ତରୀୟ ସହଭାଗୀତା ପାଇଁ ଆଗାମୀ ସ୍ତରକୁ ଯିବାକୁ ଚାହୁଁଛି । ଆମେ ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ଗତିବିଧିକୁ ସହଜ କରିବାକୁ ଚାହୁଁଛୁ | କୋଭିଡକୁ ସମୂଳେ ନାଶ କରିବା ପାଇଁ ଉଭୟ ଦେଶ ସହଯୋଗ ଜାରି ରଖିବେ । ଦୁଇ ନେତାଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହେବ।

Latest Posts

Don't Miss