ଇତିହାସ ରଚିଲା ସ୍ପେସ୍ ଟୁରିଜିମ୍, ୪ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ମହାକାଶ ପଠାଇଲା SpaceX
1 min readନ୍ୟୁୟର୍କ: ବିଶିଷ୍ଟ ବ୍ୟବସାୟୀ ଏଲଟ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏହି ମିଶନକୁ ଇନସ୍ପେରିସନ-୪ ନାଁ ଦିଆଯାଇଛି ।
ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍ । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହାପରେ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ ।
Dragon has separated from Falcon 9’s second stage pic.twitter.com/pOfgJ9LsvE
— SpaceX (@SpaceX) September 16, 2021
ସ୍ପେସ୍ ଏକ୍ସର ଏହି ମିଶନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ୩୮ ବର୍ଷୀୟ ଇସାକମେନ୍ ନେଇଥିଲେ । ସେ ହେଉଛନ୍ତି ଇସାକମେନ୍ ପେମେଣ୍ଟ କମ୍ପାନୀର ସଂସ୍ଥାପକ ଓ ସିଇଓ । ସେ ମାତ୍ର ୧୬ ବର୍ଷ ବୟସରେ କମ୍ପାନୀ ଆରମ୍ବ କରିଥିଲେ । ସେ ପ୍ରଥମ ଥର ପାଇଁ ସ୍ପେସଏକ୍ସରେ କାମ କରୁଛନ୍ତି । ଏହାପୂର୍ବରୁ ସେ ବ୍ଲୁ ଅରିଜିନ୍ ଓ ଭର୍ଜିନ୍ ସ୍ପେସରେ କାମ କରିସାରିଛନ୍ତି ।
ଯେଉଁ ନାଗରିକମାନେ ମହାକାଶ ଯାତ୍ରା କରିଛନ୍ତି ସେମାନଙ୍କ ମଧ୍ୟରେ ଇସାକମେନ୍ ଅଛନ୍ତି । ତାଙ୍କ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ, ୫୧ ବର୍ଷୀୟ ସନ୍ ପ୍ରୋକ୍ଟର ଓ ପାଇଲଟ୍ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ, ମହାକାଶ ଯାନ ନାସା ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । ଏହା ହବଲ୍ ସ୍ପେସ୍ ଟେଲିସ୍କୋପଠୁ ଆଉ କିଛି ଦୂର ଯାତ୍ରା କରିବ ବୋଲି ସୂଚନା ମିଳିଛି।