କରୋନା ମୃତ୍ୟୁରେ ରାଜ୍ୟର ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୨୫ ମୃତ
1 min readଭୁବନେଶ୍ୱର: ବଢ଼ିଲା ମୃତ୍ୟୁସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାରରି ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୨୨ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୪ ଶହ ପାର୍ କରିଛି ।
ଏଥିସହ ପଢ଼ନ୍ତୁ- ରାଜ୍ୟରେ ସାଢ଼େ ୬ ଲକ୍ଷ ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ପଜିଟିଭ୍
Regret to inform the demise of twenty five numbers of Covid positive patients while under treatment in hospitals.
1.A 35 years old female of Angul district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) May 20, 2021
ଅନୁଗୁଳରୁ ୩ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
5.A 33 years old male of Boudh district.
6.A 29 years old female of Baragarh district.
7.A 57 years old male of Balasore district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) May 20, 2021
୨୪ ଘଣ୍ଟାରେ ୨୫ ମୃତ୍ୟୁ ସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ମୋଟ ୧ ଲକ୍ଷ ୬ ହଜାର ୮୧୨ ସକ୍ରିୟ ମାମଲା ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି । ୫ ଲକ୍ଷ ୪୬ ହଜାର ୬୩୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।