spot_img

Latest Posts

ହଜିଗଲା ମାନବିକତା, କରୋନା ସନ୍ଦେହରେ ଶ୍ମଶାନରେ ମିଳିଲାନି ସ୍ଥାନ

ଟାଙ୍ଗୀ: କୋଭିଡ୍ ସନ୍ଦେହରେ ଯୁବକଙ୍କୁ ଗାଁ ଶ୍ମଶାନରେ ମିଳିଲାନି ଜାଗା । ଭେଣ୍ଡିଆ ପୁଅର ଶବ ଦାହ କରିବାକୁ ମା ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିନଥିଲେ କଥା। ଜ୍ଞାତି କୁଟୁମ୍ବ ବି ପାଖ ଛାଡିଦେଇଥିବା ଜଣାପଡିଛି । ଘଟଣାଟି ଘଟିଛି ଚିଲିକା ଵ୍ଲକ ସରଳ ସିଂ ଗ୍ରାମରେ ।

ଚିଲିକା ବ୍ଲକ ସରଳ ସିଂ ଗ୍ରାମର ଦିବାକର ବାରିକ ଗତକାଲି ସଂଧ୍ୟ୍ୟାରେ ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ବାଲୁଗାଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏତିକିରେ ସବୁ କିଛି ସରିନଥିଲା । କରୋନା ଆକ୍ରାନ୍ତ ସନ୍ଦେହ କରି ମୃତଦେହକୁ କେହି ଛୁଇଁନଥିବା ବେଳେ ଦୂରେଇ ଯାଇଥିଲେ ପରିବାର ଲୋକେ। ଏଭଳି ପରିସ୍ଥିତିରେ ନିଜ ପୁଅର ଶବସତ୍କାର ପାଇଁ କାନ୍ଦି କାନ୍ଦି ସମସ୍ତଙ୍କୁ ନେହୁରା ହେଉଥିଲେ ବୃଦ୍ଧା ମାଆ । ହେଲେ ମଆର କାନ୍ଦ କାହାର ବି କାନରେ ପଡିନଥିବା ଅଥୟ  ତା ପୁଅର ଶବ ସମ୍ମାନର ସହ ସତ୍କାର କରିବା ଲାଗି କ୍ରନ୍ଦନ କରୁଥାଏ ।

ଏଭଳି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ନାଭାଲ ଫାଣ୍ଡି ନିକଟ ଆଖୁଆ ପୋଖରୀ ଶ୍ମଶାନରେ ଶବ ଦାହ କରାଯାଇଥିଲା । ତାଙ୍କ ସହ ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରଵିନ୍ଦ୍ର କୁମାର ମହାଳିକ, ସ୍ୱେଛାସେବୀ ଜୀନା ପଣ୍ଡା, ମେଡିକାଲ ଆଟେଣ୍ଡାଣ୍ଟ ଦିଲିପ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ତେବେ ପୋଲିସର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଭୁରୀ ଭୁରୀ ପ୍ରଶଂସା କରାଯାଉଥିବା ନେଇ ସୂଚନା ମିଳିଛି ।

Latest Posts

Don't Miss