ବାଲେଶ୍ୱରରେ ପହଞ୍ଚିଲା ୪ଟି ଟ୍ରେନ୍‌, ଆସିଛନ୍ତି ଅଢ଼େଇ ହଜାରରୁ ଅଧିକ ପ୍ରବାସୀ

ବାଲେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ୱରରେ ପହଞ୍ଚିଲା ୪ଟି ଟ୍ରେନ୍‌ । ପର୍ଯ୍ୟାୟ କ୍ରମରେ ୩ଟି ରାଜ୍ୟରୁ ଯାତ୍ରୀଙ୍କୁ ନେଇ ଟ୍ରେନ୍‌ ଆସିଛି । ପ୍ରଥମ ଟ୍ରେନ୍‌ ଗୁଜୁରାଟର ମୁର୍ବିରୁ ଆସିଥିବା ବେଳେ ବାଲେଶ୍ୱରର ୯୬୦ ଜଣ ଓ ମୟୂରଭଞ୍ଜର ୬୧ ଜଣ ଶ୍ରମିକଙ୍କୁ ନେଇ କାଲି ମଧ୍ୟାହ୍ନରେ ପହଞ୍ଚିଥିଲା । ଏହାପରେ ମୁର୍ବିରୁ ବାଲେଶ୍ୱରକୁ ଆଉ ଏକ ଟ୍ରେନ୍‌ ଆସିଥିଲା ।

ଏହି ଟ୍ରେନ୍‌ରେ ବାଲେଶ୍ୱରର ୯୪୩ ଓ ମୟୂରଭଂଜର ୭୨ ଜଣ ଆସିଛନ୍ତି। ଶେଷ ଟ୍ରେନ୍‌ ମଧ୍ୟ ରାତ୍ରିରେ ପହଞ୍ଚିଥିବା ବେଳେ ଏଥିରେ ବାଲେଶ୍ୱର ଜିଲ୍ଲାରୁ ୬୭୧ ଓ ମୟୂରଭଞ୍ଜ ଜିଲ୍ଲାର ୧୭ ଜଣ ଆସି ପହଞ୍ଚିଛନ୍ତି । ଆନ୍ଧ୍ରପ୍ରଦେଶରୁ ବାଲେଶ୍ୱରର ୧୯୨ ଜଣ, ମୟୂରଭଂଜର ୧୪୬ ଜଣ ଶ୍ରମିକ ଆସିଛନ୍ତି ।

ସମସ୍ତ ପ୍ରବାସୀ ଓଡ଼ିଆ ସରକାରୀ କ୍ୱାରେଣ୍ଟାଇନ୍‌ରେ ୨୧ ଦିନ ରହିବା ପରେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ । ସ୍ୱତନ୍ତ୍ର ମେଡିକାଲ ଟିମ୍‌ ଟ୍ରେନ୍‌ରେ ଆସିଥିବା ସମସ୍ତ ପ୍ରବାସୀଙ୍କର ସ୍ୱାବ୍‌ ନମୁନା ସଂଗ୍ରହ କରିଛି ।

Leave a Reply