୫ ଜିଲ୍ଲାର ୩୪୩ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର:  ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ବଳ କରିଛି, ଶିକ୍ଷା କ୍ଷେତ୍ରରେ ଉଚିତ ର୍ମାଗ ଦେଖାଉଛି ଫାଇଭ-ଟି ସ୍କୁଲ ରୂପାନ୍ତରଣ । ନୂଆ ଜାଗରଣ ସହ ପିଲାଙ୍କ ମଧ୍ୟରେ ଭରିଛି ନୂଆ ଉର୍ଜା  । ଫାଇଭ-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ସୋମବାର ୫ ଜିଲ୍ଲାର ୩୪୩ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ୭୩ ଉଚ୍ଚ ବିଦ୍ୟାଳୟ, କନ୍ଧମାଳର ୪୬ ଉଚ୍ଚ ବିଦ୍ୟାଳୟ, କୋରାପୁଟର ୮୨ ଉଚ୍ଚ ବିଦ୍ୟାଳୟ, ଭଦ୍ରକର ୬୦ ଉଚ୍ଚ ବିଦ୍ୟାଳୟ ଓ ସୁନ୍ଦରଗଡର ୮୨ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଛି । ଏହାର୍ପୂବରୁ ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଫାଇଭ-ଟି ସ୍କୁଲ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି ।