ଫେମିନା ମିସ୍ ଇଣ୍ଡିଆରେ ଓଡ଼ିଆ ଝିଅ ତନିଷ୍କ

ଭୁବନେଶ୍ବର: ଫେମିନା ମିସ୍ ଇଣ୍ଡିଆରେ ଚମକିବେ ଓଡ଼ିଆ ଝିଅ ତନିଷ୍କ ସିଂ । ୧୯ ବର୍ଷିୟା ତନିଷ୍କ ବେଙ୍ଗାଲୁରୁରେ ଟପ୍ ଟେନ୍ ଫାଇନାଲିଷ୍ଟ ଭାବେ ଫେମିନା ମିସ୍ ଇଣ୍ଡିଆ ୨୦୨୨ରୁ ଯାଇଛନ୍ତି । ୩୧ ତମ ଫାଇନାଲିଷ୍ଟ ଭାବେ ସେ ଏହି କୃତିତ୍ବ ହାସଲ କରିଛନ୍ତି । ଫେମିନା ମିସ୍ ଇଣ୍ଡିଆ ବ୍ୟୁଟି ପିଜାଣ୍ଟ ୨୦୨୨ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ ।

ଝାରସୁଗୁଡ଼ା ବ୍ରଜରାଜନଗରରେ ତନିଷ୍କଙ୍କ ଜନ୍ମ । ବାପାଙ୍କ ନାଁ ଅମର ସିଂ ଏବଂ ମାଆଙ୍କ ନାଁ ସ୍ବେତଲିନା ସିଂ । ସେ ଝାରସୁଗୁଡ଼ା, ଯାଜପୁର ଓ ତାଲଚେରରେ ପାଠ ପଡିଛନ୍ତି । ଜଣେ ମେଧାବୀ ଛାତ୍ରୀ ଭାବେ ସ୍କୁଲ ଓ କଲେଜରେ ବହୁ ପ୍ରଶଂସା ସାଉଁଟିଛନ୍ତି । କେବଳ ମେଧାବୀ ଛାତ୍ରୀ ନଥିଲେ, ଜଣେ ଉଚ୍ଚକୋଟିର ଆଙ୍କର ଓ ମଞ୍ଚ ପରିଚାଳିକା ଥିଲେ । ପ୍ରଥମ ଉଦ୍ୟମରେ ସେ ଜେଇଇ ପାଇଥିଲେ । ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସେ ଦିଲ୍ଲୀ ପବ୍ଲିକ ସ୍କୁଲର ହେଡ ଗାର୍ଲ ଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁରେ ଉଚ୍ଚଶିକ୍ଷା ନେଉଛନ୍ତି ।