ରାଜସ୍ଥାନରେ ୧୧ ଜଣ ଆକ୍ରାନ୍ତଙ୍କ ନିକଟରେ କପା ଭ୍ୟାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ:   ଡେଲଟା ଓ ଡେଲଟା ପ୍ଲସ ପରେ ଏବେ କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା । ରାଜସ୍ଥାନରେ ଏବେ କରୋନାର ଏହି ନୂଆ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ‘କପା’କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ରାଜସ୍ଥାନରେ ନୂଆ ଭ୍ୟାରିଆଣ୍ଟ ଆକ୍ରାନ୍ତ ୧୧ଜଣ ଚିହ୍ନଟ ହୋଇଛନ୍ତି । ୪ ଆକ୍ରାନ୍ତ ଜୟପୁରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଅଲଓ୍ୱର, ୨ ଜଣ ବାଡ଼ମେର ଓ ଜଣେ ଆକ୍ରାନ୍ତ ଭିଲଓ୍ୱାଡ଼ାର ବୋଲି ସୂଚନା ମିଳିଛି । ତେବେ କରୋନାର ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଏହି ଭ୍ୟାରିଆଣ୍ଟ କମ୍ ମାରାତ୍ମକ ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ  ଡା. ରଘୁ ଶର୍ମା କହିଛନ୍ତି ।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଲକ୍ଷ୍ନୌର କିଙ୍ଗ୍‌ ଜଜ୍‌ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୧୦୯ଟି ନମୁନା ମଧ୍ୟରୁ ଦୁଇଟି ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଉଭୟ କପା ଭ୍ୟାରିଆଣ୍ଟ ବୋଲି ଜଣା ପଡ଼ିଥିଲା । ଅନ୍ୟ ୧୦୭ଟି ନମୁନାରେ ଡେଲଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା ।

Leave a Reply