ଭିନ୍ନକ୍ଷମଙ୍କୁ ମିଳିବ ଉନ୍ନତ ଚିକିତ୍ସା ସୁବିଧା, ଏସଆଇଇପି ପ୍ରତିଷ୍ଠାନ ଲୋକାର୍ପଣ

1 min read

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ମିଳିବ ଉନ୍ନତ ଚିକିତ୍ସା ସୁବିଧା । ଏସଆଇଇପି ପ୍ରତିଷ୍ଠାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୩ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ପ୍ରତିଷ୍ଠାନରେ ୭ କୋଟି ଟଙ୍କାର ଅତ୍ୟାଧୁନିକ ଚିକିତ୍ସା ଉପକରଣ ରହିଛି । ଏହା ଦ୍ୱାରା ଫିଜିଓଥେରାପି, ଅକ୍ୟୁପସନାଲ ଥେରାପି ଓ ମାନସିକ ରୋଗ ଥେରାପି ସହଜ ହୋଇପାରିବ ।

ପ୍ରତିଷ୍ଠାନରେ ଏକାକାଳୀନ ୨ଶହ ଜଣଙ୍କ ଚିକିତ୍ସା କରାଯାଇପାରିବ । ଆଗାମୀ ଦିନରେ ରାଜ୍ୟରେ ଏଭଳି ୧୦ଟି ବ୍ରାଞ୍ଚ ଖୋଲିବା ପାଇଁ ଯୋଜନା ରହିଛି । ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ରୋଗୀ ଏହା ଦ୍ୱାରା ଚିକିତ୍ସା ସୁବିଧା ପାଇପାରିବେ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner