ଦିଶା ରବିଙ୍କୁ ମିଳିଲାନି ଜାମିନ, ଫେବୃଆରୀ ୨୩ରେ ଆଗାମୀ ଶୁଣାଣି

1 min read
Toolkit Case Disha Ravi Bail Plea Accepted

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କ ମାମଲାରେ ଶନିବାର ଦିନ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହୋଇଛି । ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଦିଶାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି । ଆଗାମୀ ଶୁଣାଣି ଫେବୃଆରୀ ୨୩ ତାରିଖ ହେବ ।

ସୂଚନା ଅନୁଯାୟୀ, ଉଭୟ ପକ୍ଷ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିବା ସହ ଦଲିଲ୍ ଦାଖଲ କରିଥିଲେ । ୨୨ ବର୍ଷୀୟ ଦିଶାଙ୍କ ଆବେଦନକୁ ଦିଲ୍ଲୀ ପୋଲିସ ବିରୋଧ କରିବା ସହ କହିଥିଲେ ଯେ ଏହି ଟୁଲକିଟ୍ ବାସ୍ତବରେ ଭାରତ ଏବଂ ଏହାର ସୖେନ୍ୟବାହିନୀକୁ ବଦନାମ କରିବା ଉଦ୍ଦେଶ୍ୟରେ ଅନ୍ୟ ଏକ ୱେବସାଇଟର ପ୍ରବେଶ ଦ୍ୱାର।

ପୋଲିସ ଦାବି କରିଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଏକମାତ୍ର ଦିଶା ରବି ଖାଲିସ୍ତାନ-ସମର୍ଥନ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ)ର ଘନିଷ୍ଠ। ଉଭୟ ପକ୍ଷ ଶୁଣିବା ପରେ କୋର୍ଟ ମଙ୍ଗଳ ବାର ଯାଏଁ ଆଦେଶ ସଂରକ୍ଷିତ କରି ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ସମାଜକର୍ମୀ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ଆଶ୍ୱସ୍ତି ମିଳିଥିଲା। କାରଣ ନିକିତାଙ୍କୁ କୋର୍ଟ ଟ୍ରାଞ୍ଜିଟ୍ ବେଲ୍ ପ୍ରଦାନ କରିଥିଲେ। ନିକିତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଥିଲେ।

ତେବେ ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟକୁ ସେୟାର କରିଥିଲେ। ଦିଶା ସେହି ଟୁଲକିଟକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଥିବା ଦିଲ୍ଲୀ ପୋଲିସ୍ ଅଭି୍ଯୋଗ କରିଥିଲା। ଆଉ ଏକଥା ଦିଶା ନିଜେ କୋର୍ଟରେ ମାନିଛନ୍ତି ମଧ୍ୟ। ତେବେ ଏହି ମାମଲାରେ । ତେବେ ଏଭଳି କରି ଦିଶା ଆନ୍ଦୋଳନକୁ ଆହୁରୀ ତିବ୍ର କରିବାକୁ ଲୋକଙ୍କୁ ଭଡକାଉଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ଦିଶାଙ୍କ ସହଯୋଗୀ ନିକିତା ଓ ଶାନ୍ତନୁଙ୍କ ନାଁରେ ଦିଲ୍ଲୀ ପୋଲିସ ଜାମିନ ବିହୀନ ପରୱାନା ଜାରି କରିଥିଲା । ପୂର୍ବରୁ ଶାନ୍ତନୁଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ଆଜି ନିକିତାଙ୍କୁ ଜାମିନ କୋର୍ଟ ପ୍ରଦାନ କରିଛନ୍ତି।

Leave a Reply