ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ହସ୍ପିଟାଲ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି

1 min read

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥରେ ଉନ୍ନତି ଆସିଛି । ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ୍‌ ହସ୍ପିଟାଲ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନ୍‌ରେ ହସ୍ପିଟାଲ ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ସିଏଏସ୍ ରାଣା ଏ ସମ୍ପର୍କରେ ସୂଚିତ କରିଛନ୍ତି ।  ନ୍ୟାସନାଲ ଆଡଭାଇଜରୀ କାଉନସିଲର ଚେୟାରପର୍ସନ ରହିଥିବା ୭୩ ବର୍ଷୀୟା ସୋନିଆ ଗାନ୍ଧୀ ଗୁରୁବାର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସୋନିଆ ଗାନ୍ଧୀ ଗୁରୁବାର ସନ୍ଧ୍ୟା ପାଖାପାଖି ୭ ଟାରେ ରେଗୁଲାର ହେଲ୍ଥ ଚେକ୍ଅପ୍‌ ପାଇଁ ଭର୍ତ୍ତି କରାଯାଇଥିଲା ।

ରାଜସ୍ଥାନ ରାଜନୀତି ନେଇ କରିଥିଲେ ଚର୍ଚ୍ଚା

 ହସ୍ପିଟାଲରେ ଭର୍ତ୍ତି ହେବାର ପାଖାପାଖି ୨ ଦିନ ପୂର୍ବରୁ ସୋନିଆ ଗାନ୍ଧୀ ସୋମବାର ସକାଳେ ପାର୍ଟିର ରାଜ୍ୟସଭା ସଦସ୍ୟଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ରାଜସ୍ଥାନରେ ଚାଲିଥିବା ରାଜେନୖତିକ ସଂକଟ ଉପରେ ଆଲୋଚନା ହୋଇଛି । ସୋନିଆ ଗାନ୍ଧୀ ପାର୍ଟିର ରାଜ୍ୟସଭା ସଦସ୍ୟଙ୍କ ସହ ହୋଇଥିବା ଆଲୋଚନାରେ ରାଜସ୍ଥାନ ରାଜେନୖତିକ ସଂକଟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ କୋଭିଡ-୧୯ ମହମାରୀ ଏବଂ ଲଦାଖରେ ଚୀନର ଅନୁପ୍ରବେଶ  ନେଇ ସରକାରଙ୍କ କୁପ୍ରବନ୍ଧନ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ ।

The limits of Rahul as Gandhi - The Hindu

ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଏକ ଭର୍ଚୁଆଲ୍ ଆଲୋଚାନ ବେଳେ ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟି ଦାୟିତ୍ୱ ନ୍ୟସ୍ତ କରିବାକୁ ଦାବି ହୋଇଛି । ମିଳିଥିବା ଖବର ଅନୁଯାୟୀ ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ପ୍ରସଂଗ ଉଠାଇଛନ୍ତି । ପାର୍ଟିର ବରିଷ୍ଠ ନେତା ରାଜୀବ ସାତବ, ଶକ୍ତିସିଂହ ଗୋହିଲ, ନୀରଜ ଡାଙ୍ଗୀ ଏବଂ ଅନ୍ୟ ସାଂସଦ ଏହାକୁ  ସମର୍ଥନ କରିଥିଲେ ।

Leave a Reply