୨୦୨୧ ପୂର୍ବରୁ ଆସି ନ ପାରେ କରୋନା ଟିକା, ପଛକୁ ହଟିଲା ମନ୍ତ୍ରଣାଳୟ

1 min read

ନୂଆଦିଲ୍ଲୀ: କରୋନା ସଂକଟରେ ଏବେ ପୁରା ବିଶ୍ୱ । କରୋନା ଟିକାକୁ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା । ପୂର୍ବରୁ ICMR କହିଥିଲା କି କରୋନା ଟିକା ଅଗଷ୍ଟ ୧୫ରେ ମିଳିବାର ସମ୍ଭାବନା ରହିଛି, କିନ୍ତୁ ସେଥିରେ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ICMRର ଏହି ପ୍ରକାଶ ପରେ ଅନେକ ସଂଗଠନ ଏବଂ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ କହିଛି ଯେ ୨୦୨୧ ପୂର୍ବରୁ ଏହି ଟିକା ବ୍ୟବହାର ହେବାର ସମ୍ଭାବନା ନାହିଁ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ୧୪୦ଟି ଟିକା ମଧ୍ୟରୁ ୧୧ ଟି ମାନବ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି । କିନ୍ତୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟାପକ ବ୍ୟବହାର ପାଇଁ କୌଣସି ସୁବିଧା ନାହିଁ ।

ମଣିଷ ଉପରେ ପରୀକ୍ଷା ପାଇଁ ୧୧ ଟି ଟିକା ପ୍ରସ୍ତୁତ ହୋଇଛି । ସେଥିରୁ ଦୁଇଟି ଭାରତ ରିଆରି କରିଛି । ଗୋଟିଏ ICMR ଏବଂ ବାୟୋଟେକ୍ ମିଳିତ ଭାବରେ ତିଆରି କରିଛନ୍ତି । ଏବଂ ଅନ୍ୟଟି ଜାୟଡସ୍ କୋଡିଲା ଦ୍ୱାରା ନିର୍ମିତ ହୋଇଛି । ମନ୍ତ୍ରଣାଳୟ ରବିବାର କହିଛି ଯେ ୬ଟି ଭାରତୀୟ କମ୍ପାନୀ ଏହି ଟିକା ଉପରେ କାମ କରୁଛନ୍ତି । ICMR ର ‘କୋଭାକ୍ସିନ୍’ ମଧ୍ୟ ମାନବ ପରୀକ୍ଷା ପାଇଁ ପ୍ରସ୍ତୁତ ଏବଂ ଏହାକୁ ଅନୁମୋଦନ କରାଯାଇଛି ।

ଯେତେବେଳେ ICMR ଦାବି କଲା ଯେ କରୋନା ଟିକାକୁ ୧୫ ଅଗଷ୍ଟ ସୁଦ୍ଧା ବ୍ୟବହାର କରିବାକୁ ଚେଷ୍ଟା କରାଯିବ । ଗୋଟିଏ ଦିନ ପରେ, ବୈଜ୍ଞାନିକ ଏବଂ ଶିଳ୍ପ ବିକାଶ ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଅନେକ କ୍ଲିନିକାଲ ପରୀକ୍ଷା କରିବାକୁ ପଡିବ । ଗୋଟିଏ ବର୍ଷ ପୂର୍ବରୁ ଟିକା ଆଣିବା ସମ୍ଭବ ନୁହେଁ । ଏଥି ସହିତ, ICMR କହିଛି ଯେ କରୋନା ପରି ବିପଜ୍ଜନକ ରୋଗର ଟିକାକରଣ ପାଇଁ କ୍ଲିନିକାଲ ପରୀକ୍ଷା ଆବଶ୍ୟକ ଏବଂ ଏହା ସମଗ୍ର ବିଶ୍ୱରେ ଫାଷ୍ଟ ଟ୍ରାକରେ କରିବାକୁ ଚେଷ୍ଟା କରୁଛି ।

Leave a Reply