ୟେସ୍ ବ୍ୟାଙ୍କ ରି-ଷ୍ଟ୍ରକ୍ଚରିଂ ପ୍ଲାନ୍ ଘୋଷଣା, ଦୋଷୀଙ୍କୁ କରାଯିବ ଚିହ୍ନଟ

1 min read

ନୂଆଦିଲ୍ଲୀ: ବୁଡ଼ିବନି ୟେସ୍ ବ୍ୟାଙ୍କ । ଫେରସ୍ତ ମିଳିବ ଜମା ରାଶି । ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏମିତି ଦମ୍ଭୋକ୍ତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ୟେସ୍ ବ୍ୟାଙ୍କ ଉପରେ ଆରବିଆଇ ୨୦୧୭ ମସିହାରୁ ନଜର ରଖିଥିଲା ।

ୟେସ୍ ବ୍ୟାଙ୍କ ଠାରୁ ଅନିଲ ଅମ୍ବାନୀ, ଏସେଲ୍ ଗ୍ରୁପ୍, ଡିଏଚଏଫଏଲ, ଭୋଡ଼ାଫୋନ କମ୍ପାନୀ ଋଣ ନେଇ ସୁଝିନାହାନ୍ତି । ଏହି ସବୁ ମାମଲା ୨୦୧୪ ପୂର୍ବର, ସେତେବେଳେ ୟୁପିଏ ସରକାରରେ ଥିଲା । ଏବେ ୟେସ୍ ବ୍ୟାଙ୍କକୁ ସଙ୍କଟରୁ ଟାଳିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଆଗ୍ରହ ପ୍ରକାଶ କରିଛି । ମାସକ ମଧ୍ୟରେ ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରାଯିବ ।ତେବେ, ବ୍ୟାଙ୍କ ତରଫରୁ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା । ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ୟେସ୍ ବ୍ୟାଙ୍କ । ୨୦୧୮ରେ ରିଜର୍ଭ ବ୍ୟାଙ୍କ ଏହାର ବୋର୍ଡରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଋଣ ଆବଣ୍ଟନରେ ହେରଫେର ଯୋଗୁଁ ବ୍ୟାଙ୍କର ପୁଞ୍ଜି ହ୍ରାସ ପାଇଥିଲା ।

୨୦୧୮ରେ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ କରାଯାଇଥିଲା । ପରେ ଦୁର୍ନୀତି ଯୋଗୁଁ ଆରବିଆଇ ନଜରକୁ ଆସିଥିଲେ । ୨୦୧୯ ମାର୍ଚ୍ଚରେ ପୁଣି ନୂଆ ସିଇଓଙ୍କୁ ନିଯୁକ୍ତ କରାଯାଇଛି ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

Leave a Reply