ରାଜନାଥ ସିଂଙ୍କ ସଂସଦରେ ବିବୃତି: LACକୁ ନେଇ କ’ଣ ରହିଛି ଦୁଇ ଦେଶର ଆଭିମୁଖ୍ୟ, ସୀମାରେ ଏବେ ସ୍ଥିତି କ’ଣ?

1 min read

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦ ଏବେ ଜଟିଳ ସ୍ଥିତି ଦେଇ ଗତି କରୁଛି । ପୂର୍ବ ଲଦାକ୍ଷରେ ଚୀନ ସେନା ଅନୁପ୍ରବେଶ କରିବା ଉଦ୍ୟମ କରିବା ପରେ ଦେଶର ସେନା ଏବେ ସତର୍କ ରହିଛି । ତେବେ ସାମ୍ପ୍ରତିକ ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ମନ୍ତବ୍ୟ ରଖିଛନ୍ତି । ଲୋକସଭାର ଅଭିଭାଷଣ ଦେଇ ସେ ଚୀନ୍ ଓ ଭାରତ ସୀମାର ବାସ୍ତବ ଚିତ୍ର ସମ୍ପର୍କରେ ସାରା ଦେଶବାସୀଙ୍କୁ ଅବଗତ କରାଇଛନ୍ତି ।

ଚୀନର ଆଭିମୁଖ୍ୟ କ’ଣ ?

ସେ କହିଛନ୍ତି ଯେ ଚୀନ୍ ଓ ଭାରତର ସୀମା ବିବାଦ ଏବେକାର ନୁହେଁ । ଏହା ବହୁ ବର୍ଷ ପୁରୂଣା । ଏନେଇ ୧୯୫୦ ଓ ୬୦ରେ ବଡ଼ ଧରଣର ଆଲୋଚନା ହୋଇଥିଲା । ଦ୍ୱିପାକ୍ଷିକ ଆଲୋଚନା ସମେତ ଓ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ମାତ୍ର ଚୀନ ଏସବୁକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କ୍ରମାଗତ ଭାବେ ଭିନ୍ନ ଭିନ୍ ସମୟରେ ଚୀନ୍ ସୀମା ବିବାଦକୁ ପ୍ରେତ୍ସାହିତ କରିଛି । ତେବେ ଚୀନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ LACକୁ ଉଭୟ ଦେଶର ସୀମା ବୋଲି ନିର୍ଦ୍ଧାରଣ କରାଯିବା ପରେ ମଧ୍ୟ ଚୀନ୍ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଚୀନ ବୁଝିବା ଏହା ଯେ LAC ନିର୍ଦ୍ଧାରିତ ସୀମା ନୁହେଁ । ସୀମା ପାଇଁ ପୁଣି ଥରେ ଆଲୋଚନା ହୋଇ ଆପୋଷ ବୁଝାମଣା ହେବା ଆବଶ୍ୟକ । ମାତ୍ର ଭାରତ ଚୀନର ଏଭଳି ପ୍ରସ୍ତାବ ସହ ଆଦୌ ସହମତ ନୁହେଁ । ଭାରତ ବିଚାରରେ ଐତିହାସିକ, ରାଜନୀତିକ ଓ ଭୌଗଳିକ ଦୃଷ୍ଟିକୋଣରୁ ସୀମା ନିର୍ଦ୍ଧାରିତ ହୋଇଛି । ଯେଉଁ ସୀମା ଆଧାରରେ ଦୁଇ ଦେଶ ଅଲଗା ହୋଇଛନ୍ତି ତାହା ନାର୍ଯ୍ୟ ଓ ସମୟଉପଯୋଗୀ ମଧ୍ୟ ଥିଲା ।   ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ମୁଁ ବି ଯାଇଥିଲା । ଅଦମ୍ୟ ସାହାସ ଓ ପରାକ୍ରମକୁ ଅନୁଭବ କରିଛି ।

ଚୀନ ଦ୍ୱିପାକ୍ଷିକ ରାଜିନାମାର ଉଲଂଘନକାରୀ :

ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ରାଜିନାମାକୁ ଚୀନ ବାରମ୍ଭାର ଉଲଙ୍ଘନ କରୁଛି । ନିର୍ଦ୍ଧାରିତ ସୀମାକୁ ଚୀନ୍ ଗ୍ରହଣ କରୁନଥିଲେ ମଧ୍ୟ ଶାନ୍ତି ରକ୍ଷା କ୍ଷେତ୍ରରେ LACକୁ ଚୀନ୍ ସୀମା ଭାବେ ଗ୍ରହଣ କରେ । ଅର୍ଥାତ୍ ଯେ ପର୍ଯ୍ୟନ୍ତ ଚୀନ୍ ନିଜ ନୀତି ଆଧାରରେ ସୀମା ନିର୍ଦ୍ଧାରଣ ନକରିପାରିଛି, ସେପର୍ଯ୍ୟନ୍ତ ଚୀନ ଏବେକାର ସୀମାକୁ ଗ୍ରହଣ କରିବ ଓ LAC ଅତିକ୍ରମ କରିବ ନାହିଁ । ମାତ୍ର ରାଜିନାମା ସତ୍ତ୍ୱେ ମଧ୍ୟ ଚୀନ୍ ନିଜ ବିସ୍ତାରବାଦୀ ନୀତିରେ କାୟମ ରହିଛି । ସାଂପ୍ରତିକ ସ୍ଥିତିରେ ଚୀନ୍ ପୂର୍ବ ଲଦାକ୍ଷରେ ୩୮ ହଜାର ବର୍ଗ କିଲୋମିଟର ଜମି ନିଜ ଦଖଲରେ ବେଆଇନ ଭାବେ ହାତେଇଛି । ସେହିଭଳି ପାକିସ୍ତାନ ଅଧିକୃତ ଭାରତର କିଛି ଅଂଶକୁ ମଧ୍ୟ ପାକିସ୍ଥାନ ଚୀନ ହାତରେ ଟେକିଛି । ଏହାବ୍ୟତୀତ ଅରୁଣାଚଳପ୍ରଦେଶର କିଛି ସ୍ଥାନକୁ ଚୀନ୍ ଜବରଦଖଲରେ ରଖିଥିବା ବେଳେ ଅନ୍ୟ କିଛି ସ୍ଥାନକୁ ନିଜର ବୋଲି ଦାବି କରୁଛି ।

ସୀମାରେ ସାଂପ୍ରତିକ ସ୍ଥିତି ସମ୍ପର୍କରେ କ’ଣ କହିଲେ ରାଜନାଥ ?

  • ଏପ୍ରିଲ ମାସରୁ ସୀମାରେ ଚୀନର ବେଆଇନ ଅନୁପ୍ରବେଶ ଆରମ୍ଭ ହେଲା
  • ଜୁନ୍ ୬ ତାରିଖରେ ଭାରତୀୟ ସେନାର କମାଣ୍ଡର ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କଲେ
  • ତେବେ ଦ୍ୱିପାକ୍ଷିକ ଆଲୋଚନା ଚାଲିଥିବା ବେଳେ ହିଁ ଚୀନ୍ ସୀମାରେ ଅନୁପ୍ରବେଶ କରିବା ଆରମ୍ଭ କରିଥିଲା ।
  • ଜୁନ ୧୫ରେ ଗଲୱାନ ଘାଟିରେ ଘଟିଥିବା ଘଟଣାରୁ ଚୀନର ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ଭାରତୀୟ ସେନା ନିଜର ସଂଖ୍ୟା ବଳକୁ ସୀମାରେ ବଢାଇବା ଉପରେ ଧ୍ୟାନ ଦେଲେ ।
  • ଏହାପରେ ଭିନ୍ନ ଭିନ୍ନ ସମୟରେ ଚୀନ ସେନା ଭାରତୀୟ ସୀମା ଭିତରେ ପ୍ରବେଶ କରିବା ପାଇଁ ଛୋଟମୋଟ ଉଦ୍ୟମ କଲେ ।
  • ୩୦ ଅଗଷ୍ଟ ରାତିରେ ମଧ୍ୟ ଚୀନ୍ ସରକାର ସୀମାରେ ସମାନ ଉଦ୍ୟମ କଲେ
  • ସେହିଭଳି ଭାରତ ସରକାର ଏବେ ମଧ୍ୟ ଶାନ୍ତି ଚାହାଁନ୍ତି ଓ ଆଲୋଚନାରେ ବିବାଦକୁ ତୁଟାଇବାକୁ ଇଚ୍ଛୁକ

ପାଙ୍ଗୋଙ୍ଗ୍ ସି, ପୂର୍ବ ଲଦାକ୍ଷ ଓ ଅରୁଣାଚଳପ୍ରଦେଶର କିଛି ଅଞ୍ଚଳରେ ଚୀନ ସେନାର ଅନୁପ୍ରବେଶର ଉଦ୍ୟମ କ୍ରମାଗତ ଭାବେ ଜାରି ରହୁଛି । ଏହି କ୍ରମରେ ଚୀନ୍ ସଂପୃକ୍ତ ସ୍ଥାମଗୁଡ଼ିକରେ ସେନାବଳ ବଢାଇସାରିଛି । ପ୍ରତିବଦଳରେ ଭାରତ ମଧ୍ୟ କୋଭିଡ୍ ଭଳି ସମ୍ୱେଦନଶୀଳ ସ୍ଥିତିରେ ମଧ୍ୟ ଭାରତୀୟ ସେନାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଇଛି । ସେହିଭଳି ୧୯୯୦ରୁ ୨୦୦୩ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଭାରତୀୟ ସରକାରଙ୍କ ତରଫରୁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା ମଧ୍ୟ ଚୀନ୍ ସରକାର ଏହାକୁ ବାରମ୍ଭାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଏବେ ମଧ୍ୟ ଚୀନର ସମରୂପୀ ବ୍ୟବହାର ଜାରି ରହିଛି । ତେବେ ଏଭଳି ସ୍ଥିତିରେ ଭାରତୀୟ ସେନା ସବୁ ପ୍ରକାର କ୍ରିୟାର ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରହିଛି ଓ ଆଗାମୀ ଦିନରେ ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ସ୍ୱୟଂସମ୍ପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଜଣାଇଛନ୍ତି । ଏହା ବ୍ୟତୀତ ନିଜ ଅଭିଭାଷଣରେ ସେ ଭାରତ ସରକାରଙ୍କ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଥିବା ସ୍ୱତନ୍ତ୍ର ଆଭିମୁଖ୍ୟ ମଧ୍ୟ ବର୍ଣ୍ଣନା କରିଛନ୍ତି । କିଭଳି ଭାବେ ବିଜେପି ନେତୃତ୍ୱାଧୀନ ଭାରତରେ ସୀମା ଭିତ୍ତିଭୂମିକୁ ପୂର୍ବାପେକ୍ଷା ଦୁଇଗୁଣା ଅଧିକା ଗୁରୁତ୍ୱ ମିଳିଛି ସେନେଇ ମତପୋଷଣ କରିଥିଲେ ।

Leave a Reply