ଋଷିଆ ସହ ସାମରିକ ଭାଗିଦାରୀ ଉପରେ ରାଜନାଥ ସିଂହଙ୍କ ଗୁରୁତ୍ୱ

1 min read

ମସ୍କୋ : ଭାରତ-ଋଷିଆ ମଧ୍ୟରେ ଷ୍ଟ୍ରାଟେଜିକ୍ ପାଟନରସିପ ବା ସାମରିକ ଭାଗିଦାରୀ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମସ୍କୋରେ ଋଷିଆର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ସର୍ଜି ସୋଇଗୁଙ୍କ ସହ ସାକ୍ଷାତ ଆଲୋଚନା ପରେ ଏଭଳି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଏବଂ ଆତଙ୍କବାଦ ଦମନ ଦିଗରେ ସହଯୋଗୀ କାର୍ଯ୍ୟକ୍ରମ କରିବାକୁ ଦୁଇ ପ୍ରତିରକ୍ଷା ମନ୍ତ୍ରୀ ରାଜି ହୋଇଛନ୍ତି । ମସ୍କୋରେ ଭାରତ-ଋଷିଆ ପ୍ରତିରକ୍ଷା ଶିଳ୍ପ ସହଯୋଗୀ ସମ୍ମିଳନୀର ଉଦଘାଟନ ଅବସରରେ ସେଠାକାର ବିଭିନ୍ନ କଂପାନୀର ସିଇଓଙ୍କ ସାକ୍ଷାତ କରିଛନ୍ତି ରାଜନାଥ । ଭାରତର ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ଡିଫେନ୍ସ କରିଡର ପ୍ରତିଷ୍ଠା କରାଯାଇଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ସାମରିକ ଯୁଦ୍ଧାସ୍ତ୍ର ତିଆରି କରିବାକୁ ଅରିଜିନାଲ୍ ଇକ୍ୱିପମେଣ୍ଟ ମେନୁଫେକଚରର୍ସଙ୍କୁ ଆହ୍ୱାନ ଦେଇଛନ୍ତି । ତିନି ଦିନିଆ ଋଷ୍ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ସହମତି ରାଜିନାମା ଭିତ୍ତିରେ ପ୍ରତିରକ୍ଷା କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ତାଙ୍କ ସହିତ ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଋଷ୍ ଗସ୍ତ କରିଛନ୍ତି ।

ଋଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ସାମଗ୍ରୀ କିଣା ବିକା କ୍ଷେତ୍ରରେ ଋଷିଆ ସବୁବେଳେ ଭାରତର ଭଲ ବନ୍ଧୁ ହୋଇ ରହିଛି । ପୂର୍ବରୁ ବହୁ ପ୍ରତିରକ୍ଷା ସାମଗ୍ରୀ ଆମ ସରକାର ଋଷିଆରୁ ଆମଦାନୀ କରିଛନ୍ତି ।  ଆତଙ୍କବାଦ ଦମନ ଦିଗରେ ଉଭୟ ଦେଶ କାର୍ଯ୍ୟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ୨୦୨୦ ଫେବୃଆରୀ ୫ରୁ ୮ ତାରିଖ ମଧ୍ୟରେ ହେବାକୁ ଥିବା ଡିଫେନ୍ସ ଏକ୍ସପୋ ଇଣ୍ଡିଆରେ ଋଷିଆର ବଡ଼ ସହଯୋଗ ରହିବ ବୋଲି ରାଜନାଥ ଆଶାବାଦୀ ଅଛନ୍ତି । ଏଥିରେ ଋଷ୍ ନିବେଶକଙ୍କୁ ନିମନ୍ତ୍ରଣ କରାଯାଇଛି । ')}

Leave a Reply