ସପ୍ତାହରୁ ୪ଦିନ କାମ ୩ ଦିନ ଛୁଟି: ମାଇକ୍ରୋସଫ୍ଟର ମଉଜ କନସେପ୍ଟ

1 min read

ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀ ଗୁଡ଼ିକର ନିଜସ୍ୱ କାମ କରିବାର ପରମ୍ପରା ରହିଛି । USA ,England ଭଳି ଦେଶରେ ସପ୍ତାହକୁ ପାଞ୍ଚ ଦିନ କାମ କରିବା ଏକ ନିୟମ । ହେଲେ Microsoft Corporation ସପ୍ତାହକୁ ଚାରି ଦିନ କାମ କରିବାର ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ରଖିଛି ।

ମାସାବଲ ରିପୋର୍ଟ ଅନୁଯାୟୀ, ପୂର୍ବରୁ seattleର କିଛି ଟେକନିକାଲ ଏକ୍ସପର୍ଟଙ୍କ ଦ୍ୱାରା (tech giant ) ଏହି ଏକ୍ସପେରିମେଣ୍ଟକୁ ଜାପାନରେ କାର୍ଯ୍ୟକାରୀ କରାଯାଇଥିଲା ।

ଏହି ଏକ୍ସପେରିମେଣ୍ଟର ନାଁ ରଖାଯାଇଛି ‘Work-Life-Choice’ । ଏମିତି ଏକ ପରିବେଶ ସୃଷ୍ଟି କରିବାର ଚେଷ୍ଟା ଯେଉଁଠି ପ୍ରତ୍ୟେକ କର୍ମଚାରୀ ପରିସ୍ଥିତିକୁ ଦୃଷ୍ଚିରେ ରଖି ନିଜ ପାଇଁ ଏକ flexible work style ବାଛି ପାରିବେ ।

ଅଗଷ୍ଟ ମାସରେ, ମାଇକ୍ରୋସଫ୍ଟ ଏକାସାଙ୍ଗରେ ୨,୩୦୦ କର୍ମଚାରୀଙ୍କୁ ପାଞ୍ଚ ଦିନ ଛୁଟି ଦେଇଥିଲା । ନା କଟିଲା କର୍ମଚାରୀଙ୍କର ଦରମା ନା ତାଙ୍କ ବାର୍ଷିକ ଛୁଟିରୁ ଦିନ କଟାଗଲା ।

Nikkei ରିପୋର୍ଟ ଅନୁସାରେ, ଏହି ଏକ୍ସପେରିମେଣ୍ଟ ଦ୍ୱାରା କମ୍ପାନୀର Productivity ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହାର ବଡ଼ କାରଣ, କମ ଦିନ କାମ କରିବାରୁ, ବାକି ସମୟ ସେମାନଙ୍କ ପାଇଁ କୁଶଳ ସାବ୍ୟସ୍ତ ହୋଇଥାଏ । ଫଳରେ, ମାତ୍ରାଧିକ ଚାପରୁ ନିସ୍ତାର ମିଳିବା ସହ କମ ସମୟରେ କାମ ସାରିବାର ପ୍ରଣାଳୀ ମଧ୍ୟ ଆଦୃତ ହୁଏ । ')}

Leave a Reply