କାହିଁକି ରାଗିଲେ ପୁପୁଲ୍, ଜାଣନ୍ତୁ ପୁରା କାହାଣୀ…

Pupul Bhuyan gets angry over defamation

ଭୁବନେଶ୍ୱର:  ସୁବ୍ରତ ଓ ପୁପୁଲ ଭଲ ବନ୍ଧୁ ଥିଲେ । ପ୍ରାୟ ବର୍ଷେ ହେବ ତାଙ୍କ ବନ୍ଧୁତା କଥା ଶୁଣୁଛି । ସମ୍ପର୍କ ଭଳ ଥିବା ସତ୍ତ୍ୱେ ଏଭଳି କାହିଁକି ହେଲା ମୋତେ ବିସ୍ତୃତ ଭାବେ ଜଣା ନାହିଁ । ମାତ୍ର ହଁ, ଗତ ୧୦ ଦିନ ହେବ ପୁଅ ଉଦାସ ରହିବା ସହ ଠିକ ଭାବେ ଖିଆ ପିଆ କରୁନଥିଲା । ସୁବ୍ରତଙ୍କ ମାଆ ନନ୍ଦିଘୋଷକୁ ପ୍ରତିକ୍ରିୟା ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ସୁବ୍ରତଙ୍କ ପୋର୍ଟାଲ ପାଇଁ ଗଲା ବର୍ଷେ ହେବ କଣ୍ଟେଣ୍ଟ ଯୋଗାଉଥିବା ଓ ତାଙ୍କ ପୋର୍ଟାଲରେ ଲାଇଭ ଆସୁଥିବା ପୁପୁଲ ସୁବ୍ରତଙ୍କ ନାମରେ ମାନହାନୀ ମାମଲା ଦାୟର କରିଛନ୍ତି ।

 

ତେବେ ସମ୍ପୂର୍ଣ୍ଣ ଘଟଣା କ’ଣ?

ଆଲବମ୍ ହିରୋଇନ ଦୀପା ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ସାରା ଉଲିଉଡ ସାହାର୍ଯ୍ୟ କରିବାକୁ ଆଗଭର ହୋଇଥିଲା । ଏହି କ୍ରମରେ ତାଙ୍କ ଚିକିତ୍ସା ପାଇଁ ଅଭିନେତ୍ରୀ ପୁପୁଲ୍ ଭୂୟାଁ ମଧ୍ୟ କ୍ୟାମ୍ପେନ ଆରମ୍ଭ କରିଥିଲେ । ଆର୍ଥିକ ସହାୟତା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କରାଯାଇଥିଲା । ପୁପୁଲଙ୍କ କହିବା ଅନୁଯାୟୀ ସେ କାମ୍ପେନରେ ଲିଡ୍ ଦାୟିତ୍ୱରେ ଥିଲେ ଏବଂ ହ୍ୱାଟ୍ସ ଆପ୍ ଗ୍ରୁପ ଜରିଆରେ କାମ୍ପେନକୁ ଆଗକୁ ବଢାଯାଉଥିଲା । ତେବେ ଗ୍ରୁପରେ ତାଙ୍କର ଜଣେ ବନ୍ଧୁ , ସୁବ୍ରତ, ଯିଏ ଏକ ପୋର୍ଟାଲର ମାଲିକ ମଧ୍ୟ, ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଥିଲେ ଯେ ଏହି କ୍ୟାମ୍ପେନ ପାଇଁ କିଏ କେତେ ଟଙ୍କା ଦେଇଛନ୍ତି ସେ ନେଇ ଉଲ୍ଲେଖ କରନ୍ତୁ । ଏହି ଷ୍ଟାଟସ୍ ଦେଖିବା ପରେ ପୁପୁଲ ଏହାର ସ୍କ୍ରିନ୍ ସର୍ଟ ନେଇ ଗ୍ରୁପରେ ପକାଇ ସେ ଏଭଳି କରି ଭୁଲ କରିଥିବା ଲେଖିଥିଲେ । ଏହାପରେ ଗ୍ରୁପରେ ଥିବା ସଦସ୍ୟ ସୁବ୍ରତଙ୍କୁ ତାଙ୍କର ଏହି ପୋଷ୍ଟ ପାଇଁ ଭର୍ତ୍ସନା କରିବା ସହ ଗ୍ରୁପ ଆଡମିନଙ୍କୁ କହି ତାଙ୍କୁ ଗ୍ରୁପରୁ ବାହର କରିଥିଲେ । ପୁପୁଲଙ୍କ କହିବା ଅନୁଯାୟୀ ସୁବ୍ରତ ଏହାପରେ ତାଙ୍କ ଉପରେ ବ୍ୟକ୍ତିଗତ ଭାବେ ପ୍ରତିକ୍ରିୟାଶୀଳ ହୋଇ ଫେସବୁକରେ ତାଙ୍କ ବିରୋଧରେ ଏଡିଟ୍ ହୋଇଥିବ ପୋଷ୍ଟ ଛାଡିଥିଲେ ।

ତେବେ ସୁବ୍ରତ ଫେସବୁକରେ ପୋଷ୍ଟ କରିଥିବା ଫୋଟୋରେ ପୁପୁଲ ଦୀପା ସାହୁଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଟଙ୍କାଟିଏ ମଧ୍ୟ ଦେଇ ନଥିବା ଜଣାଇବାକୁ ଚାହୁଁଥିଲେ ବୋଲି ପୁପୁଲ୍ ଅଭିଯୋଗ କରିଛନ୍ତି । ଏହି ମେସେନଜର୍ ସ୍କ୍ରିନ୍ ସର୍ଟରେ ପୁପୁଲ ଦୀପା ସାହୁଙ୍କ ପାଇଁ ଟଙ୍କା ଦେଇ ନଥିବା ଲେଖାଥିଲା । ତେବେ ଏସବୁ ଏଡିଟ୍ ହୋଇଛି ଓ ସୁବ୍ରତଙ୍କର ତାଙ୍କ ବିରୋଧରେ ଚକ୍ରାନ୍ତ ବୋଲି ପୁପୁଲ୍ କହିଛନ୍ତି । ସେହିଭଳି ତାଙ୍କ ପାଇଁ ସୁବ୍ରତ ଅପମାନଜନକ ଶଦ୍ଦ ବ୍ୟବହାର କରିବା ସହ ମୋବାଇଲ ନମ୍ୱରକୁ ସାର୍ବଜନୀନ କରିଥିବା ଅଭିଯୋଗ ମଧ୍ୟ ପୁପୁଲ ଆଣିଛନ୍ତି । ଏହାପରେ ସେ ଥାନାରେ ପହଞ୍ଚି ସୁବ୍ରତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏବେ ସୁବ୍ରତ ଅଟକ ରହିଛନ୍ତି ।

 

Leave a Reply