ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳକଙ୍କୁ ଖାଇଗଲା କୁମ୍ଭୀର… ଜଲାସାଇ ନଦୀରୁ ମୃତଦେହ ଉଦ୍ଧାର

minor boy killed after being eaten by crocodile in malkangiri

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା । ଚିତ୍ରକୋଣ୍ଡାରେ ନାବାଳକଙ୍କୁ ଖାଇଗଲା କୁମ୍ଭୀର । ଜଲାସାଇ ନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ସହ ଗାଁରେ ଶୋକର ଛାୟା ଖେଳିଦେଇଛି । ମୃତକ ୧୦ ବର୍ଷର କପିଳାଶ ମାଝୀ ବୋଲି ଜଣାପଡିଛି । ଗତକାଲି ସେ କପିଳାସ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡିଯାଇଥିଲେ । ସେଠାରେ କୁମ୍ଭୀରର ଶିକାର ହୋଇଥିଲେ କପିଳାଶ ।

ଗତ କାଲି ଦିନ ୧୧ ଟା ବେଳେ କପିଳାସ ବାପା ମାଆ କାମକୁ ଗଲାବେଳେ ସେ ନଦୀକୁ ଯାଇଥିଲେ । ସମ୍ପର୍କୀୟଙ୍କ ଅନୁସାରେ ସେ ପ୍ରତିଦିନ ନଦୀକୁ ଗାଧୋଇବାକୁ ଯାଆନ୍ତି । କିନ୍ତୁ ଗତ କାଲି ନଦୀକୂଳରେ ହଠାତ୍ ତାଙ୍କ ଗୋଡ ଖସିଯାଇଥିଲା । ତା’ପରେ ସେ ନିଖୋଜ ହୋଇଯାଇଥିଲେ । ଆଜି ସକାଳେ କପିଳାସଙ୍କ ମୃତଦେହ ମିଳିଥିଲା । ତାଙ୍କ ମୃତ ଶରୀରରେ ଗୋଟେ ହାତ ଓ ଗୋଟେ ଗୋଡ ନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ନଦୀରେ କୁମ୍ଭୀର ବୁଲନ୍ତି । ତେବେ ତାଙ୍କ ମୃତଶରୀର ଦେଖି ଲୋକେ କହୁଛନ୍ତି ଯେ, ତାଙ୍କୁ କୁମ୍ଭୀର ଟାଣିନେଇଥିବ । ରିପୋର୍ଟ ଅନୁସାରେ ସେଠାରେ କୁମ୍ଭୀରମାନେ ଛେଳିମାନଙ୍କୁ ମଧ୍ୟ ଖାଇଯାଆନ୍ତି । ସେଥିପାଇଁ ସେ ଅଞ୍ଚଳକୁ କୁକୁର ଓ ଛେଳି ଯାଆନ୍ତି ନାହିଁ । କାରଣ ପୂର୍ବରୁ ଏମିତି ଅନେକ ଅଘଟଣ ସେଠାରେ ଘଟିଛି । ଗାଁ ଲୋକେ ମଧ୍ୟ ସେ ନଦୀକୁ ଯିବା ପାଇଁ ସମସ୍ତଙ୍କୁ ବାରଣ କରନ୍ତି । ସାଧାରଣ ଲୋକେ ମଧ୍ୟ ସେ ସ୍ଥାନକୁ ଯାଆନ୍ତି ନାହିଁ । ହେଲେ କାଲି ଜଣେ ୧୦ ବର୍ଷର ନାବାଳକ ସେଠାକୁ ଗାଧୋଇବାକୁ ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଦୁଃଖିତ ହେବା ସହ ଭୟବୀତ ମଧ୍ୟ ହୋଇଯାଇଛନ୍ତି ।

Leave a Reply