ପୁଣି ହେବ କରୋନା ଟେଷ୍ଟ, ପଜିଟିଭ୍‌ ବାହାରିଲେ କ୍ୱାରେଣ୍ଟାଇନ୍‌..!

ପୁରୀ: ବାହୁଡ଼ା ପୂର୍ବରୁ ପୁରୀରେ ସବୁ ସେବାୟତଙ୍କର ପୁଣି ଥରେ କରୋନା ଟେଷ୍ଟିଂ କରାଯିବ । ଥରେ ନୁହେଁ ସେମାନଙ୍କର ଦୁଇ ଦୁଇ ଥର କରୋନା ଟେଷ୍ଟ ହେବ ବୋଲି ସ୍ଥିର କରାଯାଇଛି । କେବଳ ସେବାୟତଙ୍କର ନୁହେଁ, ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଯେଉଁମାନେ ରଥଯାତ୍ରା ସହ ସମ୍ପୃକ୍ତ ଥିଲେ, ସେମାନଙ୍କର ପୁଣି ଥରେ କରୋନା ଟେଷ୍ଟ କରାଯିବ ।

  puri Rath yatra

ଟେଷ୍ଟିଂ ପରେ ଯେଉଁ ସେବାୟତ ମାନଙ୍କର ନେଗେଟିଭ୍‌ ବାହାରିବ ସେହିମାନେ ହିଁ ରଥ କାର୍ଯ୍ୟରେ ନିୟୋଜିତ ହେବେ । ଏବଂ ଯାତ୍ରାର ଅନ୍ୟାନ୍ୟ ନୀତିରେ ଭାଗ ନେବେ । ସେବାୟତଙ୍କ ପାଇଁ ଦୁଇଟି ମେଡିକାଲ କ୍ୟାମ୍ପ କରାଯିବା ସହ ଡାକ୍ତର ମଧ୍ୟ ମୁତୟନ ରହିବେ । ନୀଳାଦ୍ରି ବିଜେର ୧୦ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ ବୋଲି ସ୍ଥିର କରାଯାଇଛି ।

puri Rath yatra

ବଡ଼ଦାଣ୍ଡ ସମେତ ଆଖପାଖ ଅଞ୍ଚଳରେ ରଥଯାତ୍ରା ସମାପ୍ତ ହେବା ଯାଏ ବାରମ୍ବାର ସାନିଟାଇଜ୍‌ କରାଯିବ । ଗୁରୁବାର ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ପୋଲିସ ଛାଉଣୀ ଏବଂ କର୍ଫ୍ୟୁ ଲଗାଯିବ ବୋଲି ସୂଚନା ଦେଇଛନ୍ତି ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର । ତେବେ ସୂଚନା ଅନୁଯାୟୀ ଗୁରୁବାର ପ୍ରଥମ ଦିନରେ ୧୦୦୦ ଜଣଙ୍କର କରୋନା ଟେଷ୍ଟ କରାଯାଇଛି ।

Leave a Reply