ଉପ ନିର୍ବାଚନ ନେଇ ପ୍ରସ୍ତୁତି: ବିଜେଡି କହିଲା, ପ୍ରାର୍ଥୀ ନୁହେଁ, ବିଜୟ ଭୋଟ ବ୍ୟବଧାନ ଉପରେ ନଜର

1 min read

ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲାଗି ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ । ୩ ପ୍ରମୁଖ ରାଜନୈତିକ ଦଳ ଉପନିର୍ବାଚନ ନେଇ ଅଙ୍କ କଷିବା ସହ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିଛନ୍ତି । ଖୁବ୍‌ଶୀଘ୍ର ବିଜେପି ପାର୍ଲାମେଣ୍ଟାରି କମିଟି ବୈଠକ ବସିବ ଓ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଦଳ କହିଛି । କଂଗ୍ରେସ ପ୍ରାର୍ଥୀ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଇଛି । ବିଜେଡି କହିଛି, ଠିକ୍‌ ସମୟରେ ଦଳର ସଭାପତି ପ୍ରାର୍ଥୀ ଘୋଷଣା କରିବେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଉପନିର୍ବାଚନ ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି । ରାଜନୀତି ସରଗରମ । ସବୁ ଦଳର  ପ୍ରାର୍ଥୀ ଚୂଡ଼ାନ୍ତ । ଅପେକ୍ଷା ତାରିଖ ଘୋଷଣାକୁ । ସୋନିଆଙ୍କ      ପାଖରେ କଂଗ୍ରେସର ପ୍ରାର୍ଥୀ ତାଲିକା । ଖୁବ୍‌ଶୀଘ୍ର ବିଜେପିର ବୈଠକ ବସି ଘୋଷଣା । ବିଜେଡି କହିଲା ପ୍ରାର୍ଥୀ ନୁହେଁ, ବିଜୟ ଭୋଟ୍ ବ୍ୟବଧାନ ଉପରେ ଆମ ନଜର  ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲାଗି ଯେକୌଣସି ମହୂର୍ତ୍ତରେ ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏଥିଲାଗି ସବୁ ଦଳରେ ଚାଲିଛି କସରତ । କଂଗ୍ରେସ ଦୁଇଟି ଯାକ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରି ହାଇକମାଣ୍ଡଙ୍କ ପାଖକୁ ତାଲିକା ପଠାଇଥିବା ନିର୍ବାଚନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ବାଲେଶ୍ୱର ସଦର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ଦଳ ଚୂଡ଼ାନ୍ତ କରିଥିବା ବେଳେ ତିର୍ତ୍ତୋଲ ପାଇଁ ୬ଜଣଙ୍କ ନାଁ ଦଳ ସୁପାରିଶ କରିଛି । ସେହପରି ବିଜେପି ଦୁଇଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି ଓ ଖୁବଶୀଘ୍ର ଦଳର ପାର୍ଲାମେଣ୍ଟାରି କମିଟି ବୈଠକ ବସିବ ଘୋଷଣା ହେବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ ଉପନିର୍ବାଚନ ପାଇଁ ଶାସକ ବିଜେଡି ପୂରା ପ୍ରସ୍ତୁତ ବୋଲି କହିଛି। ଦଳର ଯୁକ୍ତି ହେଉଛି, ଦୁଇଟି ଯାକ ଆସନରେ ବିଜେଡି ଜିତିବ । ତେବେ ଅଧିକ ଭୋଟ୍ ବ୍ୟବଧାନରେ ଦଳ ବିଜୟ ପାଇଁ ଦଳ କାମ କରୁଛି । ଉଭୟ ଆସନ ପାଇଁ ଦଳରେ ବହୁ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଅଛନ୍ତି ଓ ରହିବା ସ୍ୱାଭାବିକ ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି । ଦଳର ସଭାପତି ଠିକ୍‌ ସମୟରେ ପ୍ରାର୍ଥୀଙ୍କ ନାଁ ଘୋଷାଣା କରିବେ ।

https://www.facebook.com/NandighoshaTV/videos/1260053041002242

Leave a Reply