ସର୍ଜରୀ ପାଇଁ ଡାକ୍ତର ପ୍ରସ୍ତୁତ ହେଉଥିବାବେଳେ ଅପରେସନ ଥିଏଟରରୁ ବାହାରିଲା ବିଶାକ୍ତ ସାପ,ତା’ପରେ କ’ଣ ହେଲା …

ମହାରାଷ୍ଟ୍ର: ରାତି ୨ଟାରେ ଜଣେ ମହିଳାଙ୍କର ଏକ ସରକାରୀ ଡାକ୍ତରଖାନାରେ ଅପରେସନ ହେବାର ଥିଲା । ସମସ୍ତ ପ୍ରସ୍ତୁତି ସରିଥିଲା, ଠିକ ସେତିକି ବେଳେ ଅପରେସନ ଥିଏଟର ଭିତରେ ଏକ ବିଶାକ୍ତ ସାପ ବୁଲୁଥିବା ଡାକ୍ତରମାନେ ଦେଖିଲେ । ସାପଟିକୁ ଦେଖିବା ପରେ ଅପରେସନ ଥିଏଟରରେ ହଇଚଇ ଖେଳିଯାଇଥିଲା । ଆଶ୍ଚର୍ଯ୍ୟ କରିଦେଉଥିବା ଏହି ଘଟଣାଟି ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଦେଖିବାକୁ ମିଳିଛି ।

 

ମହାରାଷ୍ଟ୍ରର ନନ୍ଦୁରବାର ସହରର  ସରକାରୀ ଡାକ୍ତରଖାନାରେ ମଙ୍ଗଳବାର ରାତି ପ୍ରାୟ ୨ ଟାରେ ଏକ ବିଶାକ୍ତ ସାପ ଦେଖିବାକୁ ମିଳିଥିଲା । ସରକାରୀ ଡାକ୍ତଖାନାରେ ଜଣେ ମହିଳାଙ୍କର ଅପରେସନ ହେବାର ଥିଲା । ସେହି ସମୟରେ ଜଣେ ଡାକ୍ତର ଅପରେସନ ଥିଏଟରର କୋଣରେ ଏକ ସାପ ଥିବାର ଦେଖିବାକୁ ପାଇଲେ ।

ସାପଟିକୁ ଦେଖିବା ପରେ ଡାକ୍ତରଖାନାରେ ହଇଚଇ ସୃଷ୍ଟି ହୋଇଥିଲା । ସେହି ସମୟରେ ଡାକ୍ତରଖାନାକୁ ଆସିଥିବା ଜଣେ ପୋଲିସ କର୍ମଚାରୀ ବିଶାଲ ନାଗରେ ନିଜର ସାହସିକତା ଦେଖାଇଥିଲେ ।

ବିଶାଲ ଦୀର୍ଘ ସମୟ ଧରି ସାପ ସାମ୍ନାରେ ଏକ ଖାଲି ଡବା ନେଇ ଜଗି ରହିଲେ ଏବଂ ମଉକା ମିଳିବା ମାତ୍ରେ ଡବାଟିକୁ ସାପ ମୁଣ୍ଡ ଉପରେ ଘୋଡ଼ାଇଦେଲେ । ଆଉ ତାପରେ ସାପଟି ସହଜରେ ଡବା ଭିତରକୁ ପସି ଗଲା ।

Leave a Reply