ଓଏସୀଙ୍କ ନିଶାନାରେ ପ୍ରଧାନମନ୍ତ୍ରୀ, କହିଲେ ହିନ୍ଦୁତ୍ୱର ବିଜୟ ହୋଇଛି..!

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନାପସନ୍ଦ କରିଛନ୍ତି ଏଆଇଏମ୍ଏଏମ୍ ମୁଖ୍ୟ ଅସଦୁଦ୍ଦିନ ଓଏସୀ । ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜାରେ ସାମିଲ ହେବାକୁ ସମାଲୋଚନା କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୌଣସି ଗୋଟିଏ ସମ୍ପ୍ରଦାୟର ପ୍ରଧାନମନ୍ତ୍ରୀ ନୁହନ୍ତି । ଭାରତର ଗୋଟିଏ ଧର୍ମ । ପ୍ରଧାନମନ୍ତ୍ରୀ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଦ୍ୱାରା ଗଣତନ୍ତ୍ର ପରାଜୟ ହୋଇଛି ବୋଲି ସେ କହିଛନ୍ତି ।

Modi At Ram Mandir Bhumi Pujan

ଓଏସୀ କହିଛନ୍ତି ଯେ, ପିଏମ ଏହି କାର୍ଯ୍ୟକ୍ରମରେ ଯୋଗଦେବାରୁ ଦେଶର ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ହୋଇଛି । ଆଜି ହିନ୍ଦୁତ୍ୱ ଓ ଧର୍ମ ନିରପେକ୍ଷତା ପାଇଁ ଏକ ସଫଳ ଦିନ କାରଣ ମୋଦି (ପ୍ରଧାନମନ୍ତ୍ରୀ ଭାବେ) ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପିଏମ୍ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ହେଉଛି ଭାରତର ପ୍ରତୀକ କିନ୍ତୁ ସେ ଏକ ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କୁ ଏହା ବୁଝିବାକୁ ପଡିବ ଯେ, ଦେଶର ପ୍ରତୀକ ମନ୍ଦିର କିମ୍ବା ମସଜିଦ ହୋଇ ପାରିବ ନାହିଁ ।

Modi At Ram Mandir Bhumi Pujan

ନୂଆ ଭାରତ କ’ଣ ?

ଓଏସୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟଙ୍କ ଉପସ୍ଥିତି କାରଣରୁ ଆଜି ହିନ୍ଦୁତ୍ୱର ସଫଳତାର ଦିନ ବୋଲି ମୁଁ କହୁଛି । ସେ ସେଠାକୁ କାହିଁକି ଗଲେ ? ଭାଗବତ କହିଲେ ଯେ, ନୂଆ ଭାରତ ବନୁଛି । କ’ଣ ଏହା ହେଉଛି ନୂଆ ଭାରତ ? ନୂଆ ଭାରତ ଯେଉଁଠାରେ ମୁସଲମାନଙ୍କ ସହ ଭେଦଭାବ ହୁଏ ?

Asaudin Owasi

ସୂଚନାଯୋଗ୍ୟ ଯେ, ଓଏସି ଆରମ୍ଭରୁ ହିଁ ସୁପ୍ରିମକୋର୍ଟଙ୍କ ରାୟ ଓ ପରେ ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜାରେ ଯୋଗଦାନକୁ ବିରୋଧ କରି ଆସୁଛନ୍ତି । ଆଜି ସେ ଭୂମିପୂଜା ପୂର୍ବରୁ କରିଥିବା ଟ୍ୱିଟରୁ ଏହା ସ୍ପଷ୍ଟ ଜଣାପଡ଼େ ।

Leave a Reply