ମାଓ ଉପଦ୍ରବ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ରାଜ୍ୟର ୫ ଜିଲ୍ଲା

1 min read

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓବାଦୀଙ୍କ ଗତିବିଧି । ମାଓବାଦୀ ଉପଦ୍ରୁତ ତାଲିକାରୁ ଓଡ଼ିଶାର ଆଉ ୫ଟି ଜିଲ୍ଲାକୁ ବାଦ୍ ଦିଆଯାଇଛି । ଅର୍ଥାତ୍‌ ରାଜ୍ୟର ଆଉ ୫ଟି ଜିଲ୍ଲା ମାଓମୁକ୍ତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ମାଓ ଉପଦ୍ରୁତ ଜିଲ୍ଲା ପାଇଁ ଉଦ୍ଧିଷ୍ଚ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ବା ଏସ୍‌ଆର୍‌ଇ ଯୋଜନାରୁ ୫ଟି ଜିଲ୍ଲାକୁ ବାଦ୍‌ ଦିଆଯାଇଛି । ଏହି ୫ଟି ଜିଲ୍ଲା ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ । ଏସବୁ ଜିଲ୍ଲାରେ ସୁଶାସନ ଓ ବ୍ୟାପକ ଉନ୍ନୟନ କାର୍ଯ୍ୟ ଫଳରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପୋଲିସ ଡିଜି ଅଭୟ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲାକୁ ମାଓ ଉପଦ୍ରୁତ ଜିଲ୍ଲା ଘୋଷଣା ସହିତ ଏସବୁ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା  । ସ୍ଥିତିରେ ଉନ୍ନତି ପରେ ୨୦୧୮ରେ ୬ଟି ଜିଲ୍ଲା- ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସରକାର ମାଓ ଉପଦ୍ରୁତ ତାଲିକାରୁ ବାଦ୍‌ ଦେଇଥିଲେ । ଆଜି ଆଉ ୫ଟି ଜିଲ୍ଲାକୁ ବାଦ୍‌ ଦିଆଯାଇଥିବା ବେଳେ ଏବେ ୭ଟି ଜିଲ୍ଲା ଏବେ ଏହି ତାଲିକାରେ ଅଛି ।

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ମାଓବାଦୀ ନିହତ

 

Leave a Reply