ଆଦିତ୍ୟ ଆଜି ପାଳିଥାନ୍ତେ ବିବାହର ପ୍ରଥମ ମାସ …

ଭୁବନେଶ୍ୱର: ଆଜି ବୋଧେ ଆସିଥାନ୍ତା ଆଉ ଗୋଟିଏ ଭିଡିଓ । ଦୁନିଆକୁ ବୋଧେ ପୁଣିଥରେ ବୁଝାଇଥାନ୍ତେ କେମିତି ବୈବାହିକ ଜୀବନକୁ ସୁଖମୟ କରିହେବ । ସ୍ୱାମୀ ସ୍ତ୍ରୀଙ୍କ ମୋଟିଭେସନାଲ ଭିଡିଓକୁ ଦେଖି ହୋଇଥାନ୍ତେ କେତେ ଯୁବପିଢ଼ି ମୋଟିଭେଟ୍‌ । କାରଣ ଗୁରୁବାର ପାଳିଥାନ୍ତେ ବୈବାହିକ ଜୀବନର ପ୍ରଥମ ମାସ । କଟିଥାନ୍ତା କେକ୍‌, ଓଲ୍ଡ ଏଜ୍‌ ହୋମ୍‌ର ବୁଢ଼ା ବାପା ମାଆ ଦେଇଥାନ୍ତେ ଆଶିର୍ବାଦ । ଜୁନ ୯ ତାରିଖରେ ଆଦିତ୍ୟ ବାନ୍ଧି ହୋଇଥିଲେ ବିବାହ ବନ୍ଧନରେ । ଦୁହେଁ ମିଶି ଜୀବନର ଆକାଶରେ ଉଡ଼ିଥାନ୍ତେ ପୂରା କରିଥାନ୍ତେ ଅଧୁରା ସ୍ୱପ୍ନକୁ । ସେଥିପାଇଁ ତ ବିଦ୍ୟାଶ୍ରୀଙ୍କ ହାତ ଧରିଥିଲେ ଆଦିତ୍ୟ । କଟକର ଖପୁରିଆରେ ବାହା ହୋଇଥିଲେ।

କିନ୍ତୁ ସବୁଥିରେ ପୂର୍ଣ୍ଣଛେଦ ପଡ଼ିଛି । ଜୀବନର ଲମ୍ୱା ରାସ୍ତାରେ ହାରିଯାଇଛନ୍ତି ଦୁନିଆରେ ସ୍ନେହ ବାଣ୍ଟୁଥିବା ଆଦିତ୍ୟ । ଯୁବ ସମାଜକୁ ମୋଟିଭେଟ୍ କରୁଥିବା ଆଦିତ୍ୟ ଡିମୋଟିଭେଟ୍‌ ହୋଇଛନ୍ତି ବଞ୍ଚିବାର ରାସ୍ତାରେ । ଆଉ କିଛି ସେଲିବ୍ରେଟ ହେବନି, କି ବୃଦ୍ଧାଶ୍ରମରେ ବୟଷର ଅପରାହ୍ନରେ ଖିଲି ଖିଲି ହସ ସୁଭିବନି । କାରଣ ତାଙ୍କ ଜୀବରେ ଜଳୁଥିବା ଆଦିତ୍ୟ ସ୍ନେହର ଶିଖା ଏବେ ଲିଭି ଯାଇଛି । ଆରପାରିକୁ ଚାଲିଯାଇଛନ୍ତି ଅସହାୟକୁ ଆଶ୍ରୟ ଦେଇଥିବା ବିଶାଳ ହୃଦୟ ରଖିଥିବା ଆଦିତ୍ୟ ।

ବିବାହର ମାତ୍ର ୩ ସପ୍ତାହ ପରେ ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିଥିଲା ଆଦିତ୍ୟଙ୍କ ମୃତ ଦେହ । କେହି କେହି ଏହାକୁ ଆତ୍ମହତ୍ୟା କରିଥିବା କହୁଥିବା ବେଳେ କେହି ଏହାକୁ ଏକ ପ୍ରିପ୍ଲାନ୍‌ ମର୍ଡର ବୋଲି କହୁଛନ୍ତି । ପ୍ରଶ୍ନ ଘରରେ ଏବେ ଆଦିତ୍ୟଙ୍କ ସିନ୍ଦୁରକୁ ନିଜ ମଥାରେ ସ୍ଥାନ ଦେଇଥିବା ବିଦ୍ୟାଶ୍ରୀ ।

କାରଣ ଆଦିତ୍ୟଙ୍କ ଅନ୍ତରଙ୍ଗ ବନ୍ଧୁ କିଛି କ୍ଷେତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନାହିଁ । କିନ୍ତୁ ଏଠି ସବୁ ଆଦିତ୍ୟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି ଜୀବନ ବଞ୍ଚିବାର ରାହା ଦେଖାଉଥିବା ଆଦିତ୍ୟ କଣ ଆତ୍ମହତ୍ୟା କରିପାରେ ? …

Leave a Reply