‘ ମୁଁ ବି ହିରୋଇନ୍ ହେବି ’ର ବିଜେତା ଏବେ ମିସ୍ ଇଣ୍ଡିଆ ସେମି ଫାଇନାଲରେ

1 min read
Odia Girl Deepti Rani Enters In semi Finals of Miss India.

ଜୟପୁର: ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେମି ଫାଇନାଲରେ ପହଞ୍ଚିଲେଣି ଓଡିଆ ଝିଅ । କୋରାପୁଟ ଜିଲ୍ଲାର ଦିପ୍ତୀରାଣୀ ଏବେ ଜେରୋନ ପ୍ରଡକ୍ସନର ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିବା ପାଇଁ ହକଦାର ହେଲେଣି । ତେବେ ନିଜର ଏହି ସଫଳତା ଉପରେ ଖୁସି ଜାହିର କରି ଦିପ୍ତୀ କହିଛନ୍ତି ଯେ, ମଡେଲ୍ ହେବା ମୋ ପିଲାବେଳର ସ୍ୱପ୍ନ ।

Deepti rani

ମୋର ଏହି ସ୍ୱପ୍ନକୁ ପିତାମାତ ଯଥେଷ୍ଟ ସମର୍ଥନ କରିଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କଠିନ ପରିଶ୍ରମ କରିଛି । ମୁଁ ଓଡିଶାକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଛି, ଦେଶକୁ ପ୍ରତିନିଧିତ୍ୱ କରିପାରିଲେ ଏହା ମୋ ଗର୍ବର ବିଷୟ ହେବ । ମୁଁ ମୋର ସଫଳତା ଆଧାରରେ ମୋ ସହର ଜୟପୁରକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ଏହା ପୂର୍ବରୁ ସେ ମୁଁ ବି ହିରୋଇନ୍ ହେବି, ମିଠା ମିଠା କଥା, ମୁଁ ହିରୋ ମୁଁ ଓଡିଶା ଓ ଏକ ଭାରତ ଶ୍ରେଷ୍ଠ ଭାରତରେ ସଫଳତା ହାତେଇ ସାରିଛନ୍ତି । ମଡେଲ ଭାବେ ସଫଳ ହେବା ପରେ ସେ ଓଲିଉଡ ଜଗତରେ ପାଦ ଥାପିବେ ବୋଲି ମଧ୍ୟ ଜଣାଇଛନ୍ତି ।

Leave a Reply