୧୦୯ ଦିନରେ ଲକ୍ଷେ,ଏବେ ୩ ଦିନରେ ଏକ ଲକ୍ଷ !

ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲଗିଛି । କରୋନାର ନୂଆ ରୋଗୀ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଛନ୍ତି । ଗତ ୨୪ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ହଜାରରେ ପହଞ୍ଚିଛି ଏବଂ ବର୍ତ୍ତମାନ ଦେଶରେ ସମୁଦାୟ ୧୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କରୋନାର ଏଭଳି ସ୍ଥିତି ଦେଖି ଏହା ସ୍ଫଷ୍ଟ ଭାବେ ଜଣାଯାଉଛି ଯେ, ଦେଶରେ ପ୍ରଥମେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେରେ ପହଞ୍ଚିବାକୁ ୧୦୯ଦିନ ସମୟ ଲାଗିଥିବା ବେଳେ ଏବେ ଲକ୍ଷେ ପହଞ୍ଚିବାକୁ ମାତ୍ର ୩ଦିନ ସମୟ ଲାଗୁଛି ।

ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜର ପକାଇବା ତ ଜାଣିପାରିବେ ଯେ, ଦେଶରେ ପ୍ରଥମ ଲକ୍ଷେ ସଂକ୍ରମିତ ଚିହ୍ନଟ ହେବାକୁ ୧୦୯ଦିନ ଲାଗିଥିଲା । ଦେଶରେ ମେ ୧୮ ସୁଦ୍ଧା ପ୍ରଥମ ଲକ୍ଷେ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଦ୍ୱିତୀୟ ଲକ୍ଷେ ସଂକ୍ରମିତ ଚିହ୍ନଟ ହେବାରେ ୧୫ଦିନ ସମୟ ଲାଗିଥିଲା । ଦେଶରେ ୨ଜୁନ ସୁଦ୍ଧା ସମୁଦାୟ ୨ଲକ୍ଷ ମାମଲା ସାମ୍ନାକୁ ଆସି ସାରିଥିଲା । ଏହାପରେ ୧୦ଦିନ ଅନ୍ତରରେ ହିଁ ୧୨ଜୁନ୍ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷରେ ପହଞ୍ଚିଥିଲା । ଏବଂ ୪ଲକ୍ଷ ମାମଲା ଆସିବାକୁ ଆଉ ୮ଦିନ ସମୟ ଲାଗିଥିଲା । ୨୦ଜୁନକୁ ଦେଶରେ କରୋନାର ୪ଲକ୍ଷ ମାମଲା ଚିହ୍ନଟ ହୋଇଥିଲା ।

ଦେଶରେ ୫ଲକ୍ଷ ମାମଲା ସାମ୍ନାକୁ ଆସିବାକୁ ସପ୍ତାହେ ସମୟ ବି ଲାଗିଲା ନାହିଁ । ୨୦ଜୁନ ପରେ ୨୬ଜୁନକୁ ଦେଶରେ ୫ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିଲେ । ଏହାପରେ ୧ଜୁଲାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷରେ ପହଞ୍ଚିଥିଲା  । ଆସନ୍ତା ୧ଲକ୍ଷ ସଂକ୍ରମିତ ଚିହ୍ନଟ ହେବାରେ ମାତ୍ର ୫ଦିନ ସମୟ ଲାଗିଥିଲା । ୬ଜୁଲାଇରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ହୋଇସାରିଥିଲା । ଏବଂ ୮ଜୁଲାଇ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷରେ ପହଞ୍ଚି ସାରିଥିଲା ।

ଏହାପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ଅଧିକ ଦ୍ରୁତ ଗତିରେ ବଢିଲା । ଏବଂ ଆଗମୀ ୩ଦିନରେ ଲକ୍ଷେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୩ ଜୁଲାଇ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷରେ ପହଞ୍ଚି ଥିଲା । କିନ୍ତୁ ଆଜି ଆସିଥିବା ରିପୋର୍ଟ ସମସ୍ତଙ୍କୁ ଭୟଭୀତ କରିଛି । କାରଣ ଗତ ତିନିଦିନରେ ଆଉ ଲକ୍ଷ ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ଏବଂ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ପାର କରିଛି ।

Leave a Reply