କୋଭିଡ ବିରୋଧରେ ଯୁଦ୍ଧ: ପ୍ରତି ପଞ୍ଚାୟତରେ କୋଭିଡ ଗୃହ, ନିଯୁକ୍ତ ହେବେ ୭ ହଜାର ସ୍ୱାସ୍ଥ୍ୟ କର୍ମୀ

1 min read

ଭୁବନେଶ୍ୱର:  ରାଜ୍ୟରେ କୋଭିଡ ସଂକ୍ରମଣ ବ୍ୟାପକ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ପାଇଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ଗୃହ ପ୍ରତିଷ୍ଟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କୋଭିଡ କେୟାର ଗୃହର ପରିଚାଳନା ପାଇଁ ଅସ୍ଥାୟୀ ଭାବେ ୭୦୦୦ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ ।

ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଥିବା କୋଭିଡ ଗୃହରେ ଏହି ସ୍ୱାସ୍ଥ୍ୟ କର୍ମୀମାନେ ନିଯୁକ୍ତ ହେବେ । ବେକାର ଓ ପଞ୍ଜୀକୃତ ANM କୁ କୋଭିଡ ଗୃହର ପରିଚାଳନା ଦିଆଯିବ । ପ୍ରସ୍ଥାପିତ ପ୍ରତି କୋଭିଡ ଗୃହ ପିଛା ଅତି କମରେ ଜଣେ ବେକାର ANMକୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି ।  ଯଦି ପଞ୍ଚାୟତରେ ବେକାର ANM ଉପଲବ୍ଧ ନାହାନ୍ତି ତେବେ ତାଙ୍କ ସ୍ଥାନରେ ପଞ୍ଜୀକୃତ ବେକାର ଷ୍ଟାଫ୍ ନର୍ସ କିମ୍ବା ଫାର୍ମାସିଷ୍ଟଙ୍କୁ ସୁଯୋଗ ମିଳିବ ।

ଏହି ନିଯୁକ୍ତି ଅସ୍ଥାୟୀ ହେବ । ସ୍ୱାସ୍ଥ୍ୟକର୍ମୀ ତିନି ମାସ କିମ୍ବା କୋଭିଡ କେୟାର ହୋମ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସେଠାରେ କାମ କରିବେ । ନିଯୁକ୍ତ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଯେକୌଣସି ସମୟରେ ବିନା କୌଣସି କାରଣ ଦର୍ଶାଇ ଛଟେଇ କରାଯାଇପାରିବ । ସିଡିଏମ ଓ ପିଏଚଓ ସାକ୍ଷାତକାର ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବେ । ସ୍ୱାସ୍ଥ୍ୟକର୍ମୀ ଦୈନିକ ପାରଶ୍ରମିକ ମିଳିବ । ANM ଙ୍କ କ୍ଷେତ୍ରରେ ଦୈନିକ ପାରିଶ୍ରମିକ ୮୫୦ ଟଙ୍କା, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କ ପାଇଁ ଦୈନିକ ପାରିଶ୍ରମିକ ୧୦୦୦ ଟଙ୍କା ରହିବ ।

Leave a Reply