୨୦୨୦ରେ ୫ ହଜାର ୨୪୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

1 min read
Northern Army Command Release Data On Terrorists Infiltration Ceasefire In 2020

ନୂଆଦିଲ୍ଲୀ: ଚେତୁନି ପାକିସ୍ତାନ, ଥମୁନି ହରକତ୍ । ଲଗାତାର ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ, ଆତଙ୍କବାଦୀ ହମଲା ଭଳି କାର୍ଯ୍ୟକ୍ରମ ଜାରି ରଖିଛି । ୨୦୨୦ ଡିସେମ୍ବର ୩୦ ଯାଏ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଉତ୍ତରୀ ସେନା ମୁଖ୍ୟ ତଥ୍ୟ ଜାରି କରିଛନ୍ତି । ସେନା ଅନୁସାରେ ୨୦୧୯ ବର୍ଷରେ ୧୫୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏଥିରେ ବିଦେଶୀ ଓ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ସେହିଭଳି ବର୍ଷ ୨୦୨୦ରେ ଭାରତୀୟ ସେନା ଦ୍ୱାରା ୨୨୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Northern Army Command Release Data On Terrorists Infiltration Ceasefire In 2020

ଉତ୍ତରୀ ସେନା ମୁଖ୍ୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୦୧୯ରେ ପାକିସ୍ତାନ ସୀମାରେ ୩୮୨୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଆଉ ୨୦୨୦ର ଏହା ବଢ଼ି ୫୨୪୬ରେ ପହଞ୍ଚିଛି । ନର୍ଥନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ୱାଇ.କେ ଯୋଶୀ କହିଛନ୍ତି- ପାକିସ୍ତାନ ଆତଙ୍କବାଦୀ ନୀତିରେ ପରିବର୍ତ୍ତନ ଆଣୁନାହିଁ ।

ବର୍ଷ ୨୦୧୯ରେ ୪୩ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ୨୦୨୦ରେ ୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଭାରତୀୟ ସେନା ଅନୁସାରେ ୨୦୧୯ରେ ୩ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ୨୦୨୦ରେ ଭାରତୀୟ ସେନା ନିକଟରେ ୧୧ ଜଣ ଆତ୍ମସମର୍ପଣ କରିଥିଲେ । ସେନା ତଥ୍ୟ ଅନୁସାରେ ୨୦୧୯ରେ ୧୦ ଥର ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି ।

Northern Army Command Release Data On Terrorists Infiltration Ceasefire In 2020

ସେହିଭଳି ୨୦୨୦ ବର୍ଷରେ ୬ ଥର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇଛି । ୪ଥର ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେନା ଅନୁସାରେ ୨୦୧୯ରେ ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୪୨୧ ଥିବାବେଳେ ଏହା ହ୍ରାସ ପାଇ ୨୭୪ ହୋଇଥିବା ଅନୁମାନ କରାଯାଉଛି । ଲଞ୍ଚ୍ ପ୍ୟାଡରେ ଆତଙ୍କବାଦୀଙ୍କ ସଂଖ୍ୟା ୨୦୧୯ରେ ପ୍ରାୟ ୫୨୦ରୁ ୫୬୬ ଥିବାବେଳେ ୨୦୨୦ରେ ୨୯୪ରୁ ୩୩୬ ରହିଛି ।

Leave a Reply