ବାହାଦଲପୁର ଗୁଳିକାଣ୍ଡକୁ ୨୪ ଘଣ୍ଟା ବିତିଲା, ଅପରାଧୀଙ୍କ ଟେର୍ ପାଉନି ପୋଲିସ

1 min read

ଭୁବନେଶ୍ୱର: (ଅରୁଣ କୁମାର ସାହୁ) : ଅସୁରକ୍ଷିତ ରାଜଧାନୀ । ବଢୁଛି ଅପରାଧ, ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଅପରାଧର ଅନ୍ଧଗଳିରେ ଅଣନିଶ୍ୱାସୀ ହୋଇପଡୁଛି କମିଶନରେଟ ପୋଲିସ । ନିଶା କାରବାରକୁ ବିରୋଧ ନେଇ ରାଜଧାନୀରେ ଗଡିଛି ମୁଣ୍ଡ । ବାହାଦଲପୁରରେ ଅନିଲ ଜେନାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ହେଲେ କେଉଁଠି କରିଛନ୍ତି ବାପି ଓ ତାର ଦୁଇ ସହଯୋଗୀ ଆତ୍ମଗୋପନ ତାକୁ ନେଇ ପ୍ରଶ୍ନ । ଭରତ ସାହୁ ଓରଫ ବାପି, ହାପି ଓ ଆଲୋକ ହେଉଛନ୍ତି ବାହାଦଲପୁରର ବନ୍ଧୁକବାଜ୍‌ର ମୋଷ୍ଟ ୱାଣ୍ଟେଡ୍ । ବ୍ରାଉନସୁଗାର କାରବାରକୁ ବିରୋଧ କରିବାରୁ ବାପି ଜିରୋ ରେଞ୍ଜରୁ ଫାୟାରିଂ କରିଥିଲା। ଘଟଣାକୁ ଗୋଟିଏ ଦିନ ବିତିଥିଲେ ବି, ପୋଲିସର ହାତ ଖାଲି । ସାଇଣ୍ଟଫିକ ଟିମ ଘଟଣାସ୍ଥଳକୁ ଯାଇ ଖୋକା ଜବତ କରିବା ସହ ଛାନଭିନ ଆରମ୍ଭ କରିଛି । ମୃତ ଅନିଲ ଜେନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସ୍ପେସାଲ ଟିମ ଗଠନ ହୋଇଛି ।

https://nandighoshatv.comfather-son-duo-attacked-in-bhubaneswar/

୨୦୧୨ ମସିହାରେ ସୋନୁ ନାମକ ଯୁବକକୁ ହାଣି ଖଣ୍ଡ ଖଣ୍ଡ କରି ଦୟାନଦୀରେ ଫିଙ୍ଗି ଦେଇଥିଲା ବାପି । ୮ ମାସ ତଳେ ଜାମିନରେ ଆସି ବାପି ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ବାହାଦଲପୁରରେ ଗୁଳିମାଡ ପରେ ଗାଁରେ ଚାପା ଉତ୍ତେଜନା ଲାଗିରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଫୋର୍ସ ମୁତୟନ କରାଯାଇଛି । ଅନିଲ ଜେନାଙ୍କ ପରିବାରର ସୂଚନା ଅନୁସାରେ ଅନିଲଙ୍କ ଦାଦା ପୁଅଙ୍କୁ ବ୍ରାଉନସୁଗାର ଖାଇବା ପାଇଁ ବାପିର ସହଯୋଗୀ ଆଲୋକ ଦେଉଥିଲା । ଏ କଥାକୁ ନେଇ ଅନିଲ ବହୁବାର ଆଲୋକକୁ ତାଗିଦ କରିବା ସହ ମାଡ଼ ମଧ୍ୟ ମାରିଥିଲା । ଏହାକୁ ନେଇ ଆଲୋକ ବାପି ସହ ମିଶି ଅନିଲକୁ ହତ୍ୟା କରିବା ପାଇଁ ରଚିଥିଲା ବ୍ଲୁ ପ୍ରିଣ୍ଟ । ବାପି, ହାପି ଓ ଆଲୋକ ଏକ ବାଇକରେ ଆସି ଅଜଣା ମୋବାଇଲ ନମ୍ବରରୁ ଅନିଲକୁ ଡାକି ଗୁଳିମାଡ଼ କରିଥିଲେ । ତେବେ ନିଶା କାରବାରକୁ ବିରୋଧ ନା ବେପାରକୁ ନେଇ ହୋଇଛି ଗୁଳିକାଣ୍ଡ ? ଛୋଟ ମୋଟ ଖୁଚୁରା ବେପାରୀଙ୍କୁ କୁଇକ୍‌ ଆକ୍ସନ ଟିମ ଧରି ବାଃ ବାଃ ନେଉଥିବାବେଳେ ବଡ଼ ବେପାରୀ ଓ ଚୋରା ବନ୍ଧୁକର କିଭଳି ଟେର ପାଉନାହିଁ କମିଶନରେଟ୍ ପୋଲିସ ? ଅପରାଧ ଓ ଅପରାଧୀଙ୍କ ଡାଟାବେସ୍‌ ରଖିବା ପାଇଁ ପୋଲିସ କମିଶନରଙ୍କ ଫେଲ ମାରିଲା କି ଜେଲ୍ ପରେଡ ? ଅପରାଧୀଙ୍କ ଗୁଇନ୍ଦା ତଥ୍ୟ ରଖିବାରେ ବିଫଳ ହୋଇଛି କି କମିଶନରେଟ ପାଲିସ ? ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାପି ଏକ ହତ୍ୟାକାଣ୍ଡ ମାମଲାରେ ୮ ମାସ ତଳୁ ଜାମିନରେ ଆସି ବନ୍ଧୁକ ଧରି ବ୍ରାଉନସୁଗାର ବେପାର କରୁଥିବା କେମିତି ଜାଣି ପାରିଲାନି ପୋଲିସ ? ଡିସିପିଙ୍କ ପ୍ରତିକ୍ରିୟା, ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଖୁବଶୀଘ୍ର ଧରାହେବେ ଅପରାଧୀ । ')}

Leave a Reply