ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ

ଭୁବନେଶ୍ବର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଅପରାଜିତାଙ୍କ ଅସଲ ଚେହେରାକୁ ପଦାରେ ପକାଇଦେ ଇପସିତା । ସେ କହିଛନ୍ତି, ଓଡିଆ ସଂସ୍କୃତିର ଜ୍ଞାନ ବାଂଟୁଥିବା ଅପରାଜିତା ଷଡଙ୍ଗୀଙ୍କ ଅସଲ ଚେହେରା ଅତ୍ୟନ୍ତ ସାଂଘାତିକ । ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ କାର୍ପଟଦାର ହେଉଛନ୍ତି ଅପରାଜିତା । ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ସେ ଜବାବ ମାଗିଛନ୍ତି । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି ।

ବିକାଶର ସଂସ୍କୃତିକୁ ଛାଡି ଅପରାଧିକ ସଂସ୍କୃତିକୁ ଆପଣାଇବାରେ ଅପରାଜିତା ମାହିର୍ । ଯେଉଁ ପ୍ରଶାନ୍ତ ଜଗଦ୍ଦେବ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିଲେ, ଦଳୀୟ ନେତାଙ୍କୁ ପିଟିଥିଲେ, ସେହିଭଳି ଅପରାଧିକ ବ୍ୟକ୍ତିକୁ ଆଣି ଦଳରେ ମିଶାଇ, ମୁଣ୍ଡରେ ବସାଇ ଟିକେଟ ଦେଇଛନ୍ତି  । ଏହା ହେଉଛି ଅପରାଜିତା ଷଡଙ୍ଗୀଙ୍କ ବିକାଶର ମଡେଲ । ଭୁବନେଶ୍ୱର ଲୋକ ତାଙ୍କୁ କ୍ୟାମେରାରେ ପାଆନ୍ତି, କିନ୍ତୁ ନିଜ ସୁବିଧା ଅସୁବିଧାରେ ନୁହେଁ । ଭୁବନେଶ୍ବରବାସୀ ସବୁ ବୁଝିସାରିଛନ୍ତି । ବିକାଶ ବିରୋଧୀଙ୍କୁ ଲୋକ କେବେ କ୍ଷମା ଦେବେନି । ଜୁନ ୪ରେ ଉଚିତ ଜବାବ ଦେବେ ବୋଲି ଇସପିତା କହିଛନ୍ତି ।