ପୁଣି ଶିଶୁକନ୍ୟା ଅଲୋଡ଼ା; ପ୍ରଥମେ ଦେଖିଲେ ଲିଲି, ତାପରେ ଜମିଲା ଭିଡ଼…

New Born Girl Child Found From A Field

ଖୋର୍ଦ୍ଧା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଖୋର୍ଦ୍ଧା ବାଘମାରି ଥାନା ଅଞ୍ଚଳର ଏକ ଜମିରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଲିଲି ନାୟକ ପ୍ରଥମେ ଶିଶୁ କନ୍ୟାଟିକୁ ଦେଖିଥିଲେ । ପରେ ସେ ଅନ୍ୟ ଲୋକଙ୍କୁ ଡାକିଥିଲେ । ଏହାପରେ ଶିଶୁଟିକୁ  ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ଏହା ପରେ ଶିଶୁଟି ବଞ୍ଚିଛି କି ନାହିଁ ସେନେଇ ଲୋକ ଜାଣିବାକୁ ଚେଷ୍ଟା କରିଥିଲେ ।

girl child  ତେବେ ଶିଶୁଟି ବଞ୍ଚିଛି ବୋଲି ଜାଣିବାକୁ ପାଇବା ପରେ ଆମ୍ବୁଲାନ୍ସ ଡକାଯାଇଥିଲା । ଏହା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁ କନ୍ୟାଟିକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ସେଠାରେ ଶିଶୁଟିର ଚିକିତ୍ସା କରିବା ପରେ ଡାକ୍ତର ତାକୁ ସୁସ୍ଥ ଥିବା କହିଛନ୍ତି ।

girl child

ଏହି ଘଟଣା ନେଇ ପୋଲିସ ପାଖରେ ସୂଚନା ପହଞ୍ଚିଛି । କିଏ ଏହି ଶିଶୁ କନ୍ୟାକୁ ଫିଙ୍ଗିଛି, ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଛି ।

girl child

ରାଜ୍ୟରେ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଶିଶୁକନ୍ୟାକୁ ଜନ୍ମ ଦେଇ ଫିଙ୍ଗିଦେବା ଏକ ଅପରାଧ ବୋଲି କୁହାଯାଉଥିବା ବେଳେ ବାରମ୍ବାର ଏଭଳି ଘଟଣା ଘଟୁଛି ।

Leave a Reply