ଆଦିତ୍ୟଙ୍କ ଆଶ୍ରମରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍: ଲାଏ ଡିକ୍ଟେସନ୍ ଟେଷ୍ଟ ଦାବି କଲେ ଆଦିତ୍ୟଙ୍କ ବାପା

1 min read

ଭୁବନେଶ୍ୱର: ଆଦିତ୍ୟଙ୍କ ଆଶ୍ରମରେ ପଶିଲା କ୍ରାଇମବ୍ରାଞ୍ଚ । ପିପୁଲ ଫର ସେବାରେ ଆଜି ଛାନଭିନ କରିଛି ୪ ଜଣିଆ ଟିମ । ସଂସ୍ଥାର ଆର୍ଥିକ କାରାବାର ଓ ଆଦିତ୍ୟଙ୍କ ବିଷୟରେ କରିଛି ସରଜମିନ୍ ତଦନ୍ତ । ସେପଟେ ପପୁ, ବିକାଶ ଓ ବିଦ୍ୟାଶ୍ରୀଙ୍କ ଲାଏ ଡିକ୍ଟେସନ ଟେଷ୍ଟ ଦାବି କରିଛନ୍ତି ଆଦିତ୍ୟଙ୍କ ବାପା । ସେପଟେ ଆଜି ଅପରାହ୍ନରେ ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଜେରା କରି ତଥ୍ୟ ଗୋଟାଇଛି କ୍ରାଇମବ୍ରାଞ୍ଚ  ।

ପିପୁଲ୍ ଫର୍ ସେବାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ । ଆଦିତ୍ୟଙ୍କ ଚ୍ୟାମ୍ବରରୁ ରହସ୍ୟର କବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି ତଦନ୍ତକାରୀ ଦଳ । ଫୋକସ୍‌ରେ ଆଶ୍ରମର ଆର୍ଥିକ କାରାବର । ପପୁ , ବିକାଶ ଓ ପ୍ରୀତମଙ୍କ ସମେତ ୬ଜଣଙ୍କୁ ୱାନ୍‌ ଟୁ ୱାନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ  । ଟ୍ରେଜରର ପପୁଙ୍କୁ ଡାଏରୀରେ ଲେଖାଥିବା ଅର୍ଥ କାରବାରକୁ ନେଇ ଜେରା  କରିଥିଲା ।  ବିକାଶ ଥିଲା ଆଦିତ୍ୟଙ୍କ ଅତି ନିକଟତମ । ବାହା ହୋଇ ଭୁଲ କରିଥିବା କଥା ବିକାଶକୁ କହିଥିବା ନେଇ ପ୍ରଶ୍ନ କରିଥିଲା ଟିମ । କେବଳ ସେତିକି ନୁହେଁ ବିଦ୍ୟାଶ୍ରୀ- ବିକାଶଙ୍କ ମଧ୍ୟରେ ହୋଇଥିବା ଭାଇରାଲ ଅଡିଓ କ୍ଳିପ ବାବଦରେ ଛାନଭିନ କରିଥିଲା । ସେପଟେ ଆଦିତ୍ୟଙ୍କ ଘରେ ବିଦ୍ୟାଶ୍ରୀ-ବିକାଶଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ବିକାଶର ଭଉଣୀଙ୍କୁ ମଧ୍ୟ ଟିମ୍ ପଚାରିଛି ।

ପୂର୍ବରୁ ଜିଆରପି ୨୯ ଜଣଙ୍କ ବୟାନ ରେକର୍ଡ କରିଛି । କ୍ରାଇମବ୍ରାଞ୍ଚ ପୁଣିଥରେ ସେମାନଙ୍କୁ ଜେରା କରି ବୟାନ ତାଳମେଳ ରହୁଛି କି ନାହିଁ, ତାକୁ ଯାଞ୍ଚ କରୁଛି । ଆବଶ୍ୟକ ପଡିଲେ ପପୁ, ବିକାଶ, ବିଦ୍ୟାଶ୍ରୀଙ୍କ ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରାଯିବ । କେବଳ ସେତିକି ନୁହେଁ ସତମିଛର ଖେଳରେ ଦି ଏଣ୍ଡ କରିବାକୁ, କ୍ରାଇମବ୍ରାଞ୍ଚ କରିପାରେ ଲାଏ ଡେଟେକ୍ସନ ଟେଷ୍ଟ । ଏପରିକି ଏ ଦାବି କରିଛନ୍ତି ଆଦିତ୍ୟଙ୍କ ବାପା । ଆଦିତ୍ୟ ମୃତ୍ୟୁ ମାମଲାରେ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ  କ୍ରାଇମବ୍ରାଞ୍ଚ ଏଡିଜି ନିଜେ ସୁପରଭିଜନ କରୁଛନ୍ତି ।

Leave a Reply