ମାଓ ଅଞ୍ଚଳରେ ପୋଲିସ ଡିଜି: ସଫଳ ଅପରେସନ୍ ପାଇଁ ଯବାନଙ୍କୁ ଦେଲେ ସାବାସି

1 min read

ଫୁଲବାଣୀ, ଭୁବନେଶ୍ୱର: ଓଡ଼ିଶାରେ ନକ୍ସଲଙ୍କୁ ନା । ଭୁଶୁଡୁଛି ମାଓଦୁର୍ଗ । କମୁଛି ମାଓ ପ୍ରଭାବ । ମାଓପ୍ରବଣ ଜିଲ୍ଲାକୁ ପୋଲିସ ମହାନିର୍ଦ୍ଦେଶକ ଘନଘନ ଗସ୍ତ କରି ନୂଆ ରଣନୀତି ନିର୍ଦ୍ଧାରଣ ସହିତ ପୋଲିସର ମନୋବଳ ବଢ଼ାଉଛନ୍ତି । ନିକଟରେ କନ୍ଧମାଳ ଜିଲ୍ଲାରେ ୭ ଜଣ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ। ମାଲକାନଗିରିରେ ବି ମାଓବାଦୀଙ୍କୁ ଡରାଇଛି ସୁରକ୍ଷାକମୀଙ୍କ ବନ୍ଧୁକ ।

ଲାଲ୍‌ କରିଡର୍‌ରେ ଧସେଇ ପଶୁଛନ୍ତି ଟିମ୍‌ ଅଭୟ । ଯବାନଙ୍କ ମନୋବଳ ବୃଦ୍ଧି ପାଇଁ ମାଓ ଅଞ୍ଚଳରେ ପୋଲିସ ଡଜି ଅଭୟ । ମିଶନ ମାଓ ଦମନକୁ ସଫଳ କରୁଛନ୍ତି ।    ମାଲକାନଗିରିରୁ କନ୍ଧମାଳ । ଲାଲ୍‌ବାହିନୀ ଛାନିଆ, ଛତ୍ରଭଙ୍ଗ । ଅପରେସନର ସଫଳତା ପରେ ଯବାନଙ୍କ ସହ ଡିଜି ଆଲୋଚନା କରି ସାବାସି ଦେଉଛନ୍ତି । ବଢାଉଛନ୍ତି ପୋଲିସର ମନୋବଳ l ଟିମ୍‌ ଅଭୟରେ ଅଛନ୍ତି ଟ୍ରିପଲ ଏ ଆଣ୍ତ ଆର.କେ. । ଆଇଜି ଅପରେସନ ଅମିତାଭ ଠାକୁର, SIW ଅନିରୁଦ୍ଧ ସିଂହ, ଡିଆଇଜି ଅନୁପ ସାହୁ ଓ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ. ଶର୍ମା ।

ପୋଲିସ ନିଶାନାରେ KKBN, BGN ଓ MKVB ଭଳି ମାଓ ସଂଗଠନର ଟପ୍ ନେତା । ମାଓ ଉପଦ୍ରୁତ ଅଞ୍ଚଳକୁ ପୋଲିସ ଡିଜିଙ୍କ ଘନଘନ ଗସ୍ତ ଓ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଜୁଲାଇ ମାସରେ ନକ୍ସଲ ଅପରେସନରେ ଡିଭିଏଫ ଏବଂ ଏସ୍‌ଓଜି ଭଲ କାମ କରିଛନ୍ତି l ଗୁଇନ୍ଦା ବିଭାଗ ବି ଭଲ କାମ କରିଛି  । କନ୍ଧମାଳରେ ନିହତ ୭ ନକ୍ସଲ ବଂଶଧାରା-ଘୁମୁସର-ନାଗାବଳୀ-ବିଜିଏନ୍‌ ଏରିଆ କମିଟିର ସଦସ୍ୟ l ବିଜିଏନ୍‌ର ଅଞ୍ଚଳ ହେଲା ରାୟଗଡ଼ା ଏବଂ ନିୟମଗିରି l କିନ୍ତୁ କନ୍ଧମାଳର ତୁମୁଡ଼ିବନ୍ଧ ଏବଂ କୋଟଗଡ଼ ଜଙ୍ଗଲରେ ପତିଆରା ବଢାଇବାକୁ ଉଦ୍ୟମ କରୁଛନ୍ତି l କିନ୍ତୁ ଲୋକଙ୍କ ସମର୍ଥନ ମିଳୁନାହିଁ  । ଗତ ୬- ୭ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ସକ୍ରିୟ ଅଛି କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ-କେକେବିଏନ୍‌ ନକ୍ସଲ ସଂଗଠନ l ୨୦୧୭ରେ ଜମ୍ପାନା ଓ ତା’  ପତ୍ନୀ ରଞ୍ଜିତା ତେଲେଙ୍ଗାନା ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ କେକେବିଏନ୍‌ର ଦାୟିତ୍ୱ ନେଇଥିଲା ଡେଭି଼ଡ୍‌ l

ପୋଲିସ ଗୁଳିରେ ଡେଭିଡ୍‌ ନିହତ ହେବା ପରେ ଧୀରେଧୀରେ ଦୁର୍ବଳ ହେଉଛି କେକେବିଏନ୍‌ ସଂଗଠନ l ଏବେ ଦଶ୍ରୁ ନେତୃତ୍ବ ନେଉଛି l ଜୁଲାଇ ମାସରେ ମାଲକାନଗିରିରେ ପୋଲିସର ଅପରସେନ ଲାଲବାହିନୀକୁ କଡ଼ା ଜବାବ ଦେଇଛି। ପୂର୍ବତନ ଡିଜିପି ସଞ୍ଜୀବ ମାରିକ କହିଛନ୍ତି, ମାଓ ଉପଦ୍ରୁତ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ବିକାଶ କାମ ଦ୍ରୁତଗତିରେ ଚାଲିଛି l ନକ୍ସଲଙ୍କୁ ପୂର୍ବଭଳି ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳୁନି । ରାଜ୍ୟ ସରକାରଙ୍କ ସରଣ୍ଡେର ପଲିସ ବି ସଫଳ ରୂପେ କାର୍ଯ୍ୟକାରୀ  ହେଉଛି ।  ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମଲି ହେବା ପାଇଁ ମାଓବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ପୋଲିସ ଡିଜି ଅଭୟ ଆହ୍ୱାନ ଦେଇଛନ୍ତି ।

Leave a Reply