କେନ୍ଦ୍ର ସରକାର ଦେଲେ ଖୁସି ଖବର; ଖୁବଶୀଘ୍ର କମିବ ପିଆଜ ଦର

ନୂଆଦିଲ୍ଲୀ: କମିବାକୁ ଯାଉଛି ପିଆଜ ଦର । ଦେଶର ବିଭିନ୍ନ ସ୍ଥାନରେ ପିଆଜ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ପାଇଁ ବିଗିଡ଼ି ଯାଇଛି ରୋଷେଇ ଘରର ବଜେଟ୍ । ଗରିବଙ୍କ ଠାରୁ ଥିଲା ବାଲା ପିଆଜର ଚଢ଼ାଦରକୁ ନେଇ ଚିନ୍ତାରେ । ଏହି ଦରରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ ହୀରା ସହରରେ ପିଆଜ ଚୋରଙ୍କ କାରନାମା

କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ତୁର୍କୀରୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯାଇଛି । ଏହି ପିଆଜ ଭାରତରେ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ସୁଦ୍ଧା ପହଞ୍ଚିବ । ସେହିଭଳି ଇଜିପ୍ଟରୁ ମଧ୍ୟ ସରକାର ବଡ଼ ପରିମାଣର ପିଆଜ ଆମଦାନୀ କରିଛନ୍ତି ।ଇଜିପ୍ଟରୁ ୬୦୯୦ ମେଟ୍ରିକ ପିଆଜ୍ ଆସୁଛି । ଏହା ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏହା ବାଦ୍ ଇଜିପ୍ଟରୁ ଆଉ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯିବ । ବିଦେଶରୁ ପିଆଜ ଆମଦାନୀ ପରେ ଭାରତୀୟ ବଜାରରେ ଦର କମିବ ବୋଲି କୁହାଯାଉଛି ।ପୁରୁଣା ଷ୍ଟକ୍ ବର୍ତ୍ତମାନ ଶେଷ ହେବା ଉପରେ । ଆଉ ଗୁଜରାଟ ଓ ନାସିକରେ ହୋଇଥିବା ନୂଆ ପିଆଜ ୧୫ ଜାନୁଆରୀ ପରେ ଉତ୍ପାଦନ ହେବ । ଏହା ବଜାରକୁ ଆସିଲା ପରେ ବଢ଼ିଥିବା ଦର ଗିରିବା ନେଇ ଆଶା କରାଯାଉଛି ।

Leave a Reply