ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା, ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜିପି

1 min read

କଟକ : ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି। ଗତକାଲି ଆଇଆଇସି ଶରତ ମହାଳିକଙ୍କୁ ବଦଳି କରିଥିଲେ ମଭୂରଭଞ୍ଜ ଏସପି । ଆଜି ତାଙ୍କୁ ନିଲମ୍ବିତ କରାଯାଇଛି । ଅଧ୍ୟାପିକା ଜଣଙ୍କ କିଛିଦିନ ତଳେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଡିଜିପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ରାଇରଙ୍ଗପୁର ଘଟଣା ପରେ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ । ଏଭଳି ସ୍ପର୍ଶକାତର ଘଟଣାରେ ପୋଲିସ ଆକ୍ସନର ତର୍ଜମା କରିବାକୁ ପରାମର୍ଶ ଦେଇଛନ୍ତି । ଅବହେଳା ନଦେଖାଇ ଗୁରୁତର ସହ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।

ଗତକାଲି ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁଙ୍କୁ ଗିରଫ କରିଯାଇଥିଲା । ଏହାପରେ ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା ।

https://nandighoshatv.comfemale-lecturer-death-in-rairangpur-college/

Leave a Reply