ପ୍ରେମିକର ଦୁଆରେ ପ୍ରେମିକାର ଧାରଣା, ବାହ ହେବାର ପ୍ରତିଶ୍ରୁତି ଦେଇ ଏମିତି କଲା ପ୍ରେମିକ

ଗଞ୍ଜାମ: ପ୍ରେମ ଆଉ ତାପରେ ପ୍ରତାରଣା । ଏମିତି ଅନେକ କାହାଣୀ ତ ଆପଣମାନେ ଶୁଣିଥିବେ । ପ୍ରେମକୁ ସଫଳ କରିବାକୁ ପ୍ରେମୀ ଯୁଗଳଙ୍କ ପ୍ରୟାସ ବିଷୟରେ ମଧ୍ୟ ଆପଣ ଅଳ୍ପ ବହୁତେ ଜାଣିଥିବେ ନିଶ୍ଚୟ । କିନ୍ତୁ ନିଜ ପ୍ରେମିକର ପ୍ରତାରଣାରେ ମର୍ମାହତ ପ୍ରେମିକାର ପ୍ରୟାସ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । କାରଣ ପ୍ରତାରିତ ପ୍ରେମିକା ଏବେ ପ୍ରେମିକର ଦୁଆରେ ଦେଇଛି ଧାରଣା । ପ୍ରେମିକାକୁ ବିବାହର ପ୍ରତିଶ୍ରୁତି ଅନ୍ୟ ଜଣଙ୍କୁ ବିବାହ କରିଥିବା ଅଭିଯୋଗରେ ଧାରଣା ଦେଇଛି ପ୍ରେମିକା ।

ବାହା ହେବାକୁ କହି ଧୋକାଦେଲା ପ୍ରେମିକ  । ପ୍ରେମିକର ଘର ଆଗରେ  ଧାରଣାରେ ବସିଛି ପ୍ରତାରିତ ପ୍ରେମିକା  । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଚଂଭୂତି ଗାଁରେ  । ସୂଚନାଅନୁସାରେ ପଚଂଭୂତି ଗାଁର ମହେଶ୍ୱର ବେହେରା ଝାରସୁଗୁଡା ଜିଲ୍ଲାରେ ଏକ ମିକ୍ସର ଫ୍ୟାକ୍ଟ୍ରିରେ କାମକରୁଥିଲେ । ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ବହୁତଦିନର ପ୍ରେମ ସମ୍ପର୍କ ପରେ ଯୁବତୀଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ । କିନ୍ତୁ ପ୍ରେମିକାକୁ ନ ଜଣାଇ ଆଉ ଜଣଙ୍କୁ ବାହାହୋଇଯାଇଥିବା ଯୁବତୀ ଅଭିଯୋଗ କରିଛନ୍ତି । ପ୍ରେମିକା ଜଣକ ମହେଶ୍ୱରଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।

 

Leave a Reply