ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍

Pakistan Govt Urged To Raise India Rights Violations With Biden Administration

ୱାସିଂଟନ: ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ୍ । ଏଥିପାଇଁ ୱାସିଂଟନ ଡିସିରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ଏହାସହ ବିଭିନ୍ନ ଚେକ୍ ପୋଷ୍ଟରେ ମୁତୟନ ହୋଇଛନ୍ତି ନ୍ୟାସନାଲ ଗାର୍ଡ । ଗତ ୬ ତାରିଖରେ ଟ୍ରମ୍ପ ସମର୍ଥକଙ୍କ ଦଙ୍ଗା ପରେ ଦେଶର ବିଭିନ୍ନ ସ୍ଥାନରୁ ନ୍ୟାସନାଲ ଗାର୍ଡଙ୍କୁ ୱାସିଂଟନ୍ ପଠାଯାଇଛି । ଫଳରେ କଲମ୍ବିଆ ଡିସି ଏକ କ୍ୟାଣ୍ଟନମେଣ୍ଟରେ ପରିଣତ ହୋଇଛି ।

ଶପଥ ଗ୍ରହଣ ସମାରୋହ ପାଇଁ ରାଜଧାନୀ ରାସ୍ତାରେ ବ୍ୟାରିକେଡ୍ କରାଯାଉଛି । ଶପଥ ଗ୍ରହଣ ସମାରୋହ ଦିନ ଯେପରି କୌଣସି ଅପୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତା ଉପରେ ସତର୍କ ନଜର ରଖାଯାଇଛି । ଅନ୍ୟପକ୍ଷରେ, କରୋନା ମହାମାରୀ କାରଣରୁ ରାଜଧାନୀକୁ ଯାତ୍ରା ନକରିବାକୁ ବିଡେନଙ୍କ ଦଳ ନାଗରିକଙ୍କୁ ଅନୁରୋଧ କରିଛନ୍ତି ।

ଶପଥ ଗ୍ରହଣ ସମାରୋହକୁ ନିଜ ଘରୁ ଦେଖିବା ପାଇଁ ନିବେଦନ କରାଯାଇଛି । ଗୁରୁତ୍ୱପୂର୍ଣ କଥା, ଏଥର ଆମେରିକା ପ୍ରଶାସନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୨୦ ଜଣ ଭାରତୀୟଙ୍କୁ ନିଯୁକ୍ତ କରାଯାଇଛି । ଏବଂ ଏହି ୨୦ ଜଣ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ୧୩ ଜଣ ମହିଳା ।

Leave a Reply