DRDO ତିଆରି କରୁଛି ଲେଜର ଅସ୍ତ୍ର,ଦୂରରୁ ଧ୍ୱଂସ ପାଇବ ଶତ୍ରୁ ବିମାନ

ଭାରତୀୟ ସେନାଙ୍କ ପାଇଁ ନୂଆ ଅସ୍ତ୍ରଶସ୍ତ୍ର ତିଆରି କରୁଛି ଡିଆରଡିଓ । ଡାଇରେକ୍ଟ ଏନର୍ଜି ଓ୍ୱିପନ ବା ପ୍ରାକୃତିକ ଶକ୍ତି ବ୍ୟବହାର କରି ଅସ୍ତ୍ରଶସ୍ତ୍ର ତିଆରି କରାଯିବାକୁ ଯୋଜନା କରାଯାଉଛି । ସୂଚନା ମୁତାବକ ପ୍ରାକୃତିକ ଶକ୍ତି ବ୍ୟବହାର କରି ଲେଜର ବନ୍ଧୁକ ତିଆରି କରାଯାଇପାରିବ । ହଲିଉଡ ଫିଲ୍ମ ଷ୍ଟାରଓ୍ୱାରରେ ଯେମିତି ବନ୍ଧୁକ ବ୍ୟବହାର କରାଯାଉଥିଲା ଠିକ୍ ସେହିଭଳି ଅସ୍ତ୍ର ତିଆରି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୧୦୦ କିଲୋଓ୍ୱାଟ ପର୍ଯ୍ୟନ୍ତ ଶକ୍ତି ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ ।

ସ୍ୱଳ୍ପ ଓ ଦୀର୍ଘ ମିଆଦି ଲକ୍ଷ୍ୟକୁ ନେଇ ଡିଆରଡିଓ ଏହି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଭିତରେ ଏଭଳି ଅସ୍ତ୍ର ତିଆରି କରିବା ଭାରତ ପାଇଁ ଜରୁରୀ ହୋଇପଡିଛି । ଭାରତୀୟ ସେନା ଲେଜର ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ ଶତ୍ରୁପକ୍ଷକୁ  ମାତ୍ର କିଛି  ମିନିଟରେ ଚକମା ଦେଇପାରିବେ । ଏଥିସହ ଡିଆରଡିଓ ପକ୍ଷରୁ ଦୁଇ ଆଣ୍ଟି ଡ୍ରୋନ ଡାଇରେକ୍ଟ ଏନର୍ଜି ଓ୍ୱିପନ ମାଧ୍ୟମରେ ତିଆରି ହୋଇଛି । ଆଗକୁ ଏହାକୁ ଅଧିକ ସଂଖ୍ୟାରେ ତିଆରି କରିବାକୁ ଯୋଜନା କରାଯାଇଛି । ଏହି ଡ୍ରୋନରେ କୌଣସି ପ୍ରକାର ବାରୁଦ ବା ଗୁଳିର ବ୍ୟବହାର କରାଯାଏନାହିଁ । ଲେଜର ମାଧ୍ୟମରେ ଟାର୍ଗେଟକୁ ଧ୍ୱଂଶ କରିଦେବ ଡ୍ରୋନ । ଆମେରିକା, ଋଷିଆ, ଚାଇନା, ଇସ୍ରାଏଲ ମଧ୍ୟ ଏଭଳି ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।

Leave a Reply