ଭାରତକୁ କରୋନା ଭାଇରସରୁ ମିଳିପାରେ ଆଶ୍ୱସ୍ତି, ଭାଇରସକୁ ବରବାଦ କରିବ ତାତି !

ନୂଆଦିଲ୍ଲୀ: କରୋନା ଦୁନିଆର ଧନିମାନି ଦେଶଙ୍କୁ ନିଃସହାୟ କରି ଦେଇଛି । ସେମାନଙ୍କ ଉନ୍ନତି,ସମ୍ପନ୍ନତା ଓ ଚିକିତ୍ସା ସୁବିଧା ମଧ୍ୟ କରୋନାର ମୁକାବିଲା ଦିଗରେ କମ ସାବ୍ୟସ୍ତ ହୋଇଛି । ଏମିତିରେ ଗୋଟିଏ ନୂଆ ବୈଜ୍ଞାନିକ ଅଧ୍ୟୟନ ଦୁନିଆ ପାଇଁ ଆଣିଛି କିଛିଟା ଆଶା । ଏହି ଅଧ୍ୟୟନ କହୁଛି ଯେ, ତାତି ବଢିଲେ କରୋନା ଆତଙ୍କ କିଛିଟା କମି ପାରେ ।

କରୋନାରୁ ଦୁନିଆକୁ ରକ୍ଷା କରିବା ପାଇଁ ଚେଷ୍ଟା ଚାଲିଛି । ତେବେ ଏସବୁ ଚେଷ୍ଟାକୁ ଛାଡି ଆଉ ଗୋଟିଏ ଆଶା ଅଛି,ଯାହା କରୋନାକୁ ସଂପୂର୍ଣ୍ଣ ଭାବେ ନହେଲେ ମଧ୍ୟ କିଛିଟା ରୋକିପାରିବ । ସେହି ଆଶା ହେଉଛନ୍ତି ସୂର୍ଯ୍ୟ । ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ପାଣିପାଗ ବଦଳିଲେ କରୋନାର ଆତଙ୍କ କମିବ । ଅର୍ଥାତ ଶୀତ ଗଲେ ଓ ଗରମ ଆସିଲେ କରୋନା ସଂକ୍ରମଣ ହାର କମିବ । ତେଣୁ ଏବେ ତାପମାତ୍ରା ବୃଦ୍ଧିକୁ ଅନେଇ ବସିଛି ଦୁନିଆ ।

ଭାରତରେ ଚଳିତ ବର୍ଷ ପାଗ ଅନ୍ୟବର୍ଷ ଅପେକ୍ଷା ଅପେକ୍ଷକୃତ ଥଣ୍ଡା ରହିଛି । କିନ୍ତୁ ଯେମିତି ସୂର୍ଯ୍ୟଙ୍କ ତାପ ବଢିବ,ସେମିତି କରୋନାଠାରୁ ରକ୍ଷା ପାଇବାର ଆଶା ମଧ୍ୟ ବଢିବ । ଏମଆଇଟି ବା ମ୍ୟାସଚ୍ୟୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ରିପୋର୍ଟ ଏହା କହୁଛି ।

ଏମଆଇଟି ରିପୋର୍ଟ ଭାରତ ପାଇଁ ଆଶା !

ଏମଆଇଟି ଅନୁସାରେ ପାଗ ଯଦି ଗରମ ଓ ଆଦ୍ର ହେବ ତେବେ କରୋନା ବ୍ୟାପିବା ଆଶଙ୍କା ବହୁତ କମ ହେବ ।  ଯେଉଁ ଦେଶରେ ତାପମାତ୍ରା ୩ରୁ ୧୭ ଡିଗ୍ରୀ ସେଲସିୟସ ଭିତରେ ରହିଛି ଓ ଆଦ୍ରତା ୪ରୁ ୯ ଗ୍ରାମ ପ୍ରତି କ୍ୟୁବିକ୍ ମିଟର ରହିବ,ସେଠି ଭାଇରସ ସଂକ୍ରମଣ ମାମଲା ୯୦ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ଯେଉଁ ଦେଶରେ ତାପମାତ୍ରା ୧୮ ଡିଗ୍ରୀରୁ ଅଧିକ ଓ ଆଦ୍ରତା ୯ ଗ୍ରାମ ପ୍ରତି କ୍ୟୁବିକ ମିଟରରୁ ଅଧିକ ରହିଛି ସେଠି ସଂକ୍ରମଣ ମାମଲା ୬ ପ୍ରତିଶତ ରହିଥିଲା ।

ଏମଆଇଟିର ଏହି ରିପୋର୍ଟ ଭାରତକୁ ଆଶ୍ୱସ୍ତ କଲା ଭଳି ଖବର । ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଆଗାମୀ ଦିନରେ ଭାରତରେ ତାପମାତ୍ରା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି

ଆମେରିକାର ଦୁଇ ଭାଗରେ ସ୍ପଷ୍ଟ ଅନ୍ତର

ଏହି ଅଧ୍ୟୟନରୁ ଆମେରିକାର ଗରମ ଅଂଚଳ ଓ ଥଣ୍ଡା ଅଂଚଳରେ କରୋନା କେମିତି ଭିନ୍ନ ଭାବେ ବ୍ୟବହାର କରୁଛି ତାହା ଜଣାପଡୁଛି । ଆମେରିକାର ଉତ୍ତର ଭାଗରେ ଥଣ୍ଡା ଅଧିକା । ଅନ୍ୟପକ୍ଷରେ ଦକ୍ଷିଣ ଭାଗରେ ଗରମ ପଡୁଛି । ଏମିତିରେ ଉତ୍ତର ଭାଗରେ ଥିବା ରାଜ୍ୟଗୁଡିକରେ କରୋନା ମାମଲା ଦକ୍ଷିଣ ରାଜ୍ୟଠାରୁ ଦୁଇଗୁଣ ଅଧିକ । ଏହି ଅଧ୍ୟୟନ ଅନୁସାରେ ଭାରତ,ପାକିସ୍ତାନ,ଇଣ୍ଡୋନେସିଆ ଓ ଆଫ୍ରିକୀୟ ଦେଶର ତାପମାତ୍ର କାରଣରୁ ୟୁରୋପ ତୁଳନାରେ କମ କରୋନା ମାମଲା ସାମ୍ନାକୁ ଅସୁଛି । ଏହି ସବୁ ଦେଶର ଜନସଂଖ୍ୟା ସଂନ୍ଧ୍ରତା ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଙ୍କ ତୁଳନାରେ ଅଧିକ ହୋଇଥିଲେ ମଧ୍ୟ କେବଳ ଗରମ ପରିବେଶ ପାଇଁ କରୋନା ଜୋରରେ ତାର କାୟା ବିସ୍ତାର କରିପାରୁ ନାହିଁ ।

ଅଧିକ ତାପମାତ୍ରା ଭାରତକୁ ଦେବ ଆଶ୍ୱସ୍ତି !

ଆମେରିକା ଓ ଅନ୍ୟଦେଶରେ କରୋନା ଯେଉଁଭଳି ଆତଙ୍କ ଓ ଲାସ୍ ବିଛାଇଛି ଭାରତ ଏପର୍ଯ୍ୟନ୍ତ ସେଥିରୁ ବର୍ତ୍ତି ଯାଇଛି । ୧୩୦ କୋଟିର ଜନସଂଖ୍ୟାରେ କରୋନା ଦେଖିବାକୁ ଗଲେ ଏପର୍ଯ୍ୟନ୍ତ ବ୍ୟାପକ ଭାବେ ପ୍ରସାରିତ ହୋଇନି । ଏମିତିରେ ଏମାଇଟି ରିପୋର୍ଟ ଯଦି ସତ୍ୟ ସାବ୍ୟସ୍ତ ହୁଏ ତେବେ ଏହା ବଡ ଆଶ୍ୱାସନାର ବିଶୟ ହେବ । ଗରମ,ଗୁଳୁଗୁଳିକୁ ନେଇ ଲୋକ ବ୍ୟସ୍ତ ହୋଇଥାନ୍ତି । ପ୍ରତିବର୍ଷ ଖରା ଅଂଶୁଘାତର ଭୟ ବଢାଇ ଦେଇଥାଏ । କିନ୍ତୁ ଏବର୍ଷ ଭାରତ ଓ ଭାରତୀୟ ଖରାକୁ ଅପେକ୍ଷା କରିଛନ୍ତି । ଅଧିକ ତାତି ଆକାଶରୁ ବର୍ଷୁ,ଏହା ସେମାନେ ଚାହାନ୍ତି । ସୂର୍ଯ୍ୟଦେବଙ୍କ ତାତି ଯଦି କରୋନାକୁ ଜାଳିଦିଏ କିମ୍ବା ତାର ଆତଙ୍କକୁ ହ୍ରାସ କରେ ତେବେ ୧୩୦ କୋଟି ଲୋକଙ୍କ ପାଇଁ ଏହା ହେବ ସେମାନଙ୍କ ଜୀବନର ସବୁଠୁ ବଡ ବରଦାନ ।

Leave a Reply