ଭେଣ୍ଟିଲେଟରରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

tarun-gogoi

ଆସାମ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ । କରୋନା ପରବର୍ତ୍ତୀ ଚିକତ୍ସା ପାଇଁ ସେ ଗତ ଦୁଇ ତାରିଖରୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୨୫ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗୌହାଟୀ ମେଡିକାଲରେ ଚିକତ୍ସିତ ହୋଇ ଘରକୁ ଫରିଥିଲେ ।

କିନ୍ତୁ ନଭେମ୍ବର ୨ରେ ସେ ପୁଣି ଅସୁସ୍ଥ ହେବାରୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ନନ୍‌ ଇନ୍‌ଭାସିଭ୍‌ ଭେଣ୍ଟିଲେଟ୍‌ରରେ ରହିଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଫେଲ ହୋଇଯାଇଥିବା ବେଳେ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି ।

ସେପଟେ ତରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ନିଜେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା ହସ୍ପିଟାଲରେ ପହଞ୍ଚିଥିଲେ । ଏବେ ବି ସେ ଅଚେତ୍‌ ରହିଥିବା କଥା ସୂଚନା ମିଳିଛି । ତରୁଣ ଗୋଗୋଇ ଆସମରେ ତିନି ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ।

Leave a Reply