ଧର୍ମ ପରାୟଣ ମହିଳାଙ୍କ ଶବ କାନ୍ଧେଇଲେ ମନ୍ତ୍ରୀ

1 min read

ଆଠଗଡ଼: ମୃତଦେହକୁ କାନ୍ଧ ଦେଲେ ମନ୍ତ୍ରୀ । ଓଡ଼ିଶା ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୃତଦେହକୁ କାନ୍ଧ ଦେଇଛନ୍ତି । ଆଠଗଡ଼ ବ୍ଲକ କରିକୋଲ ଗାଁର ଧର୍ମ ପରାୟଣ ମହିଳା ଚପଳା ଛନ୍ଦାଙ୍କ ମୃତ୍ୟୁ ହୋଇଥିଲା । ଚପଳାଙ୍କ ଦେହାନ୍ତ ପରେ ମନ୍ତ୍ରୀ କୋଭିଡ୍ କଟକଣା ମାନି ମୃତଦେହ କାନ୍ଧେଇଛନ୍ତି । କରୋନା ପାଇଁ ସରକାର ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହେବା ପାଇଁ ଅନୁମତି ଦେଇଛନ୍ତି ।

ଏଥି ସହ ପଢ଼ନ୍ତୁ- ଜୋନ୍-୧ରେ ୧୦ ଜିଲ୍ଲା, ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍

୭୨ ବର୍ଷ ବୟସରେ ଚପଳା ଛନ୍ଦାଙ୍କ ଦେହାନ୍ତ ହୋଇଛି । ଚପଳା ଓଡ଼ିଶା ସାମ୍ବାଦିକ ସଂଘର ପୂର୍ବତନ ସମ୍ପାଦକ ସ୍ୱର୍ଗତଃ ରତ୍ନାକର ବେଉରାଙ୍କ ଧର୍ମ ପତ୍ନୀ । କରୋନା ସଂକ୍ରମଣରେ ଲୋକେ ମୃତଦେହ ଠାରୁ ଦୂରେଇ ରହୁଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀ ମୃତଦେହକୁ କାନ୍ଧ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଏବେ ଖୋଲିବନି ସ୍କୁଲ, କଲେଜ: ବନ୍ଦ ହେବ କ୍ୱାରେଣ୍ଟାଇନ୍ ସେଣ୍ଟର

Leave a Reply