ଏବେ ଖୋଲିବନି ସ୍କୁଲ, କଲେଜ: ବନ୍ଦ ହେବ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ୍ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସ୍ଥିତି ଅନୁସାରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ କୋଭିଡ୍ ଗାଇଡଲାଇନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ୍ ଜାରି ରହିବ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଛଡ଼ା ଆଉ କିଛିକୁ ଅନୁମତି ନାହିଁ ।

କଣ୍ଟେନମେଣ୍ଟ ଜୋନ୍ ବାହାରେ ଧାର୍ମିକ ଅନୁଷ୍ଠାନ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ବନ୍ଦ ରହିବ । ସଭା ସମିତି ହୋଇପାରିବ ନାହିଁ । ସ୍କୁଲ, କଲେଜ୍ ଆଦି ଖୋଲାଯିବ ନାହିଁ । ଶୈକ୍ଷିକ ଅନୁଷ୍ଠାନରେ ପରୀକ୍ଷା ହୋଇପାରିବ । ତେବେ, ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ, କୋଚିଂ ଅନୁଷ୍ଠା ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ହୋଟେଲ ଡେଲିଭରି ଦେଇପାରିବେ । ସପିଂ ମଲ୍ ଖୋଲିବା ନେଇ ସ୍ଥାନୀୟ ଅଧିକାରୀ ନେଇ ନିଷ୍ପତ୍ତି ନେବେ । ତେବେ, ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ କୋହଳ କରିଛନ୍ତ । ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ । ଓଲା, ଉବେର ସହ ବସ୍, ଟ୍ରେନ୍ ଓ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଡ଼ି ନାଇଟ୍ କର୍ଫ୍ୟୁ ଜାରି ରହିବ ।

ଜନଗହଳି ଉପରେ କଟକଣା ରହିବ । ୭ରୁ ଅଧିକ ଲୋକଙ୍କୁ ଏକାଠି ହୋଇପାରିବେ ନାହିଁ । ବିବାହ ଭୋଜିରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ । ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ ରହିଛି । ଅଜଣା ଶତ୍ରୁ ସହ ଏହା ଏକ ଲମ୍ବା ଯୁଦ୍ଧ । ଜୀବନ ସହ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ । ସାଢ଼େ ୮ ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ପ୍ରବାସୀଙ୍କ ଆଗମନ ସଂଖ୍ୟା କମିଥିବାରୁ ସ୍ଥିତି ଦେଖି କ୍ୱାରେଣ୍ଟାଇନ୍ ସେଣ୍ଟର ବନ୍ଦ ହେବ । ଯିଏ ବି ବାହାରୁ ଆସିବେ କ୍ଲଷ୍ଟର କ୍ୱାରେଣ୍ଟାଇନରେ ରହିବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave a Reply