ଜୋନ୍-୧ରେ ୧୦ ଜିଲ୍ଲା, ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍

1 min read

ଭୁବନେଶ୍ୱରସଂକ୍ରମଣ ବଢ଼ିଥିବା ଜିଲ୍ଲାରେ ଜାରି ରହିବ ୱିକେଣ୍ଡ ବା ସାପ୍ତାହିକ ସଟଡାଉନ୍ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ୫୦ରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲାଗୁଡ଼ିକୁ ଜୋନ୍-୧ରେ ରଖାଯାଇଛି । ଅଧିକ ସକ୍ରିୟ ମାମଲା ଥିବାରୁ ୧୦ଟି ଜିଲ୍ଲାରେ ପୂର୍ବଭଳି ଶନିବାର ଓ ରବିବାର ସଟଡାଉନ୍ ହେବ । ୧୦ ଜିଲ୍ଲା ହେଉଛି- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତଲସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ।

ଜୋନ୍-୧ରେ ଥିବା ଜିଲ୍ଲାର ଅଧିକାରୀଙ୍କୁ ମହାମାରୀ ଆକ୍ଟରେ ପାୱାର ଦିଆଯାଇଛି । ସଂକ୍ରମଣ ରୋକିବାକୁ ଅଧିକାରୀମାନେ ନିୟମ ଲାଗୁ କରିପାରିବେ । ସାଧାରଣ ପରିବହନ ବ୍ୟବସ୍ଥାକୁ ସ୍ଥାନୀୟ ପ୍ରଶାସନ ବନ୍ଦ କରିପାରିବ । ୱିକେଣ୍ଡ ସଟଡାଉନ ସମୟରେ ବସ୍, ଟ୍ରେନ୍ ଓ ବିମାନରେ ଆସୁଥିବା ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଗାଡ଼ି ଚାଲିପାରିବ । ଖାଦ୍ୟ ସାମଗ୍ରୀ ହୋମ୍ ଡେଲିଭରୀ ଜାରି ରହିବ ।

ଏବେ ଖୋଲିବନି ସ୍କୁଲ, କଲେଜ: ବନ୍ଦ ହେବ କ୍ୱାରେଣ୍ଟାଇନ୍ ସେଣ୍ଟର

୧୦ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲା ଜୋନ୍-୨ରେ ଆସୁଛି । ଏହି ସବୁ ଜିଲ୍ଲାରେ ଅନ୍ୟ ସବୁ କାର୍ଯ୍ୟ ଚାଲିବ । ବାହାରୁ ଆସୁଥିବା ଲୋକ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସାପ୍ତାହିକ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ମେଡିକାଲ, ଫାର୍ମା, ଆଇଟି ଓ ଅନ୍ୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ ।

Leave a Reply