କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ସେବାୟତ ଓ ପରିବାରକୁ ଦର୍ଶନ ସୁଯୋଗ

1 min read
Fire Department Sanitized Lingaraj Temple Premises Before Reopening

ଭୁବନେଶ୍ୱର: ଘଟିବ ଅପେକ୍ଷାର ଅନ୍ତ । ୯ ମାସର ଅପେକ୍ଷା ପରେ ନେତ୍ର ଦେଖିବ ଶ୍ରୀଲିଙ୍ଗରାଜକୁ । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଅଧିପତି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ପୂର୍ବରୁ ଆଜି ଚାରିପାଖକୁ ସାନିଟାଇଜ୍ କରାଯାଇଛି ।

Fire Department Sanitized Lingaraj Temple Premises Before Reopening

ଆସନ୍ତାକାଲି ସକାଳେ ଲିଙ୍ଗରାଜ ମନ୍ଦିର ଖୋଲିବ । ମହାପ୍ରଭୁଙ୍କୁ ୯ ମାସ ହେଲା ଦେଖି ନଥିବା ଭକ୍ତ, ମନ ଭରି ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ଯାଏ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ଦର୍ଶନ ସୁବିଧା ମିଳିବ । ୬ ତାରିଖ ଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି ।

Fire Department Sanitized Lingaraj Temple Premises Before Reopening

ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜ୍ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ । ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ ।

ଏଥିସହ ପଢ଼ନ୍ତୁ- ଶ୍ରୀମନ୍ଦିର ଢାଞ୍ଚାରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଗର୍ଭଗୃହରେ ଦର୍ଶନ ମନା

Leave a Reply