ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଡୋନାଲ୍ଡ ଟ୍ରମ୍ପ, ଏଯାଏଁ କରି ଆସୁଥିଲେ ମନା

1 min read
Donald Trump Ware Mask For The First Time

ୱାଶିଂଟନ୍: ପ୍ରଥମଥର ପାଇଁ ମାସ୍କରେ ନଜର ଆସିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ମାର୍ଚ୍ଚରୁ ଆମେରିକାରେ କରୋନାଭୂତାଣୁର ଭୟାବହତା ଆରମ୍ଭ ହୋଇଥିଲା । ଟ୍ରମ୍ପ ମାସ୍କ ପନ୍ଧୁନଥିଲେ । ଶନିବାର ପ୍ରଥମ ଥର ପାଇଁ ଟ୍ରମ୍ପ ସର୍ବସାଧାରଣରେ ମାସ୍କ ପିନ୍ଧିଥିବା ନଜର ଆସିଥିଲେ । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୩୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୧.୩୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ଶନିବାର ମିଲିଟାରୀ ହସ୍ପିଟାଲ ପରିଦର୍ଶନ ସମୟରେ ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିଲେ ।

ଡାକ୍ତରଖାନାକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ: ଟ୍ରମ୍ପ୍

ଟ୍ରମ୍ପ ଶନିବାର ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲକୁ ଯାଇ କରୋନା ସଂକ୍ରମିତ କୋଭିଡ -୧୯ ସୈନିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହି ସେନା ଡାକ୍ତରଖାନା ୱାଶିଂଟନ୍ ଉପକଣ୍ଠରେ ଅବସ୍ଥିତ । ଟ୍ରମ୍ପ ହେଲିକପ୍ଟର  ଯୋଗେ ସେଠାକୁ ଯାଇଥିଲେ । ଟ୍ରମ୍ପ ହାଉସ୍ ଛାଡ଼ିବା ବେଳେ ସାମ୍ବାଦିକମାନଙ୍କୁ କହିଥିଲେ, ଡାକ୍ତରଖାନା ଗଲା ବେଳେ ମାସ୍କ ପିନ୍ଧିବା ଜରୁରୀ ।

ହେଲିକପ୍ଟର ୱାଲ୍ଟର ରିଡରେ ଅବତରଣ ବେଳେ ଟ୍ରମ୍ପ ମାସ୍କ ପିନ୍ଧି ନଥିଲେ । ସେଠାରୁ ମେଡିକାଲକୁ ଯିବାମାତ୍ରେ ଟ୍ରାମ୍ପ ମାସ୍କି ପିନ୍ଧିଥିଲେ । କରୋନା ଭୂତାଣୁ ମହାମାରୀ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧୁନଥିଲେ । ବରିଷ୍ଠ ରିପବ୍ଲିକାନ୍ ନେତା ଯେଉଁଥିରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ କରୋନା ଭୂତାଣୁ ବ୍ୟାପିବା ମାତ୍ରେ ମାସ୍କ ପିନ୍ଧିଥିଲେ । ଦକ୍ଷିଣ ଏବଂ ପଶ୍ଚିମର କେତେକ ରାଜ୍ୟରେ କରୋନା ଜୀବାଣୁ ଗୁରୁତର ହେବା ପରେ ରିପବ୍ଲିକାନ୍ ଗଭର୍ନରମାନେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

Leave a Reply