ଦିଲ୍ଲୀରେ କରୋନା ‘Out Of Control’: ସର୍ବଦଳୀୟ ବୈଠକରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର କହର ଜାରି ରହିଛି । ବିଗତ ୨୪ ଘଣ୍ଟାରେ ୭୪୮୬ ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ୧୩୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାପୂର୍ବରୁ ଦିଲ୍ଲୀ ସରକାର ନଭେମ୍ବର ୧୨ ତାରିଖରେ ଜାରି କରିଥିବା ସଂଖ୍ୟା ମୁତାବକ ଗୋଟିଏ ଦିନରେ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଦିଲ୍ଲୀରେ କରୋନାର କହରରେ ବ୍ରେକ ଲଗାଇବା ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସର ରାଜ୍ୟ ସଭାପତି ଅନିଲ ଚୌଧୁରୀ ଉପସ୍ଥିତ ଅଛନ୍ତି ।

ସେହିପରି ଆଜି ଦେଶରେ ୪୫ହଜାର ୫୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୮୯ଲକ୍ଷ ୫୮ହଜାର ୪୮୪ରେ ପହଞ୍ଚିଛି । ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ଲକ୍ଷେ ୩୧ହଜାର ୫୭୮କୁ ବୃଦ୍ଧି ହୋଇଛି । ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୩ଲକ୍ଷ ୮୩ହଜାର ୬୦୩ଜଣ ଆକ୍ରାନ୍ତ ।

ଆକ୍ଟିଭ କେସ୍ ରହିଛି ୪ଲକ୍ଷ ୪୩ହଜାର ୩୦୩ । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୭ଲକ୍ଷ ୫୭ହଜାର ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୪୬ ହଜାର ୨୦୨ରେ ପହଞ୍ଚିଛି । ଦୈନିକ ସଂକ୍ରମଣରେ ଦିଲ୍ଲୀ ଆଗରେ ରହିଛି । ଦିଲ୍ଲୀରେ ଦୈନିକ ସଂକ୍ରମଣ ସର୍ବାଧିକ ୭ହଜାର ୪୮୬ ଥିବା ବେଳେ କେରଳରେ ୬ହଜାର ୪୧୯, ମହାରାଷ୍ଟ୍ରରେ ୫ହଜାର ୧୧ଜଣ ସଂକ୍ରମିତ ହୋଇଛନ୍ତି ।

Leave a Reply