ବିଗିଡ଼ିବାରେ ଲାଗିଛି ବୁର୍ଲା ସ୍ଥିତି, ପୁଣି ଦୁଇ ଓ୍ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଘୋଷଣା

Covid 19: Burla Covid Situation not in Control

ବୁର୍ଲା: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ସ୍ୱାସ୍ଥ୍ୟ ନଗରୀ ବୁର୍ଲାର ସ୍ଥିତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ସହରରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁର୍ଲାର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବୁର୍ଲାର ୱାର୍ଡ ନମ୍ବର ୪ର ଗୁରୁଦ୍ୱାର କଲୋନୀ, ଓ୍ୱାର୍ଡ ନମ୍ବର ୭ର ତେଲଗୁପଡ଼ାକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି ।

ଏହାସହ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୪ ନମ୍ବର ୱାର୍ଡ ଗୁରୁଦ୍ୱାରା କଲୋନୀର ‘ଇ ଓ ଏଫ’ ଟାଇଫ୍ କ୍ୱାଟର ଲାଇନ୍‌କୁ ବୋଫର ଜୋନ୍‌ ଭାବେ ଘୋଷଣା ହୋଇଛି । ସେହିପରି ନୂଆପଡ଼ା, ଓଏଚ୍‌ପିସି କଲୋନୀ, ଫ୍ରେଣ୍ଡସ କଲୋନୀ, ବିନାୟକ ହସ୍ପିଟାଲ ଓ ସୌରଭ୍‌ ବିହାର ବୋଫର ଜୋନରେ ରହିଛି । ତେବେ ଏହି ଅଂଚଳରେ ସାଧାରଣ ଯାତାୟତ ସେବା ବନ୍ଦ ରହିବା ସହ କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ଓ ମେଡିକାଲ କାମକୁ ଅନୁମତି ଦିଆଯିବ ।

ସେହିପରି ତେଲଗୁପଡ଼ା ଓ ଗୋପବନ୍ଧୁ ଛକରେ ପୋଲିସ କଣ୍ଟ୍ରୋଲ ରୁମ୍ ଓ ମେଡିକାଲ ଟିମ୍ ରହିବେ । ଏହି ବୋଫର ଜୋନ ଓ କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତଙ୍କୁ ଘରେ ରହିବା ପାଇଁ ନିର୍ଦେଶ ରହିଛି । ସବୁ ଦୋକାନ ବଜାର ବନ୍ଦ ରହିବା ସହ ମହାନଗର ନିଗମ ପକ୍ଷରୁ ଏହି ସବୁ ସୁବିଧା ଯୋଗାଇ ଦିଆଯିବ । ତେବେ ପରବର୍ତୀ ନିର୍ଦେଶନାମା ନଆସିବା ଯାଏଁ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

Leave a Reply