‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

1 min read

ନୂଆଦିଲ୍ଲୀ: କରୋନା ନେଇ ବଡ଼ ବୟାନ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ସ୍ୱୀକାର କରିଛନ୍ତି ଯେ, ଦେଶର କିଛି ସ୍ଥାନରେ କରୋନା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ କିଛି ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ସୀମିତ ରହିଛି । ତାଙ୍କର ଏହି ବୟାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ସାମ୍ନାକୁ ଆସିଛି ।  ଯେଉଁଥିରେ ମମତା କହିଥିଲେ ଯେ, କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଏବେ ଆରମ୍ଭ ହୋଇସାରିଛି ।

          ସାପ୍ତାହିକ ଓ୍ୱେବିନାର ‘ସଣ୍ଡେ ସମ୍ୱାଦ’ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି । ପ୍ରତି ରବିବାର ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ସହାୟତରେ ଜଣେ ଲୋକ ମମତା ବାନାର୍ଜୀଙ୍କ ଗୋଷ୍ଠୀ ସଂକ୍ରମଣ ବୟାନ ଉପରେ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ପଶ୍ଚିମବଙ୍ଗରେ କମ୍ୟୁନିଟି ସ୍ପ୍ରେଡ୍ ହୋଇଛି ଏହାର ଉଦାହରଣ ଦେଖିବାକୁ ମିଳିଛି । ଅନ୍ୟ ରାଜ୍ୟରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଦେଖିବାକୁ ମିଳିଛି । ତେବେ ସାରା ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିନାହିଁ ।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ହେବ ପରଠାରୁ ପ୍ରଥମ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି । ଏହା ପୂର୍ବରୁ ଏହାକୁ ସେ ସର୍ବଦା ଗୋଷ୍ଠୀ ସଂକ୍ରମଣ ହୋଇନଥିବା କହିଆସୁଥିଲେ ।

Leave a Reply