Coronavirus: ଭ୍ୟାକ୍ସିନ୍ ଆସିବା ଆଗରୁ ଭାରତରେ ତିଆରି ହୋଇ ସାରିଥିବ ହର୍ଡ ଇମ୍ୟୁନିଟି ? ଜାଣନ୍ତୁ କ’ଣ କହୁଛି ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ. ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଶ୍ୱସ୍ତିର ଖବର ହେଉଛି ଦେଶରେ ସୁସ୍ଥତା ହାର ପାଖାପାଖି ୬୫ ପ୍ରତିଶତ ଛୁଇଁଛି । ବୈଜ୍ଞାନିକଙ୍କ କହିବା ହେଉଛି ଦିଲ୍ଲୀ ତଥା ଆଖାପାଖ ଅଂଚଳେ ୩୦ ପ୍ରତିଶତରୁ ଅଧିକ ଲୋକ କରୋନା ସଂକ୍ରଣମଣର ଶିକାର ହୋଇଛନ୍ତି ।  ଫଳରେ ତିନି ମାସ ମଧ୍ୟରେ ହର୍ଡ ଇମ୍ୟୁନିଟି ତିଆରି ହୋଇଯିବ ବୋଲି ବୈଜ୍ଞାନିକଙ୍କ ଆଶା । ଏଭଳି ଆଶା କରାଯାଉଛି ଯେ,କରୋନା ଟିକା ଆସିବା ପୂର୍ବରୁ ହିଁ ଅନେକଙ୍କ ମଧ୍ୟରେ ଭାଇରସ ପ୍ରତି ଆଣ୍ଟିବଡି ତିଆରି ହୋଇ ସାରିଥିବ । ଫଳରେ ବଡ ସଂଖ୍ୟାରେ ଲୋକ ଭ୍ୟାକ୍ସିନ୍ ଆବଶ୍ୟକ କରିବେ ନାହିଁ

ହର୍ଡ ଇମ୍ୟୁନିଟି ଉପରେ କହିବାକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡି ରାଜେଶ ଭୁଷଣ କହିଛନ୍ତି ଯେ, ହର୍ଡ ଇମ୍ୟୁନିଟି ଭ୍ୟାକ୍ସିନ୍ ଜରିଆରେ ଆସିଥାଏ କିମ୍ବା ଆଣ୍ଟିବଡି ଜରିଆରେ ତିଆରି ହୋଇଥାଏ । ଅର୍ଥାତ ପ୍ରଥମେ ବେମାର ହେବାପରେ ଲୋକ ଭଲ ହୋଇ ସାରିଥିବେ । ହର୍ଡ ଇମ୍ୟୁନିଟି ତିଆରି ହେବା ଭାରତ ଭଳି ଦେଶ ପାଇଁ ଅତ୍ୟନ୍ତ ଜଟିଳ । ତେଣୁ ଭାରତରେ ହର୍ଡ ଇମ୍ୟୁନିଟି ପ୍ରୟୋଗ ସମ୍ଭବ ନୁହେଁ ।

ହର୍ଡ ଇମ୍ୟୁନିଟି କ’ଣ ?

ଯେତେବେଳେ କୌଣସି ମହାମାରୀ ସମଗ୍ର ବିଶ୍ୱ କିମ୍ବା ଏକ ବଡ ଭୂଭାଗରେ ବ୍ୟାପେ ଓ ସେଠାରେ ରହୁଥିବା ମଣିଷର ରୋଗ ପ୍ରତିରୋଧକ କ୍ଷମତା ଯେତେବେଳେ ସଂକ୍ରମଣକୁ ବୃଦ୍ଧି ପାଇବାରୁ ରୋକିଥାଏ,ସେତେବେଳେ ଯେଉଁମାନେ ଏହି ରୋଗରୁ ସଂପୂର୍ଣ୍ଣ ଭାବେ ଭଲ ହୋଇଯାନ୍ତି ସେମାନଙ୍କୁ ‘ଇମ୍ୟୁନ୍’ କୁହାଯାଏ ଅର୍ଥାତ ସେମାନଙ୍କ ଶରିରରେ ପ୍ରତିରକ୍ଷାତ୍ମକ କ୍ଷମତା ବିକଶିତ ହୋଇଥାଏ । ସେମାନଙ୍କ ଶରିର ଭାଇରସ ମୁକାବିଲା କରିବା ପାଇଁ ସକ୍ଷଣ ଆଣ୍ଟି ବଡିଜ୍ ତିଆରି କରିଥାଏ ।

ବିଶେଷଜ୍ଞଙ୍କ ଅନୁସାରେ ହର୍ଡ ଇମ୍ୟୁନିଟି ସଂକ୍ରମଣକୁ ରୋକିବା ପାଇଁ ଉଭୟ ପଟୁ କାମ କରିଥାଏ । ଅର୍ଥାତ ୮୦ ପ୍ରତିଶତ ବ୍ୟକ୍ତି ଯଦି ଇମ୍ୟୁନ୍ (ସଂକ୍ରମିତ ହେବା ପରେ ଠିକ୍ ହୋଇଯାନ୍ତି) ହୁଅନ୍ତି ତେବେ ସେମାନଙ୍କଠାରୁ ୨୦ ପ୍ରତିଶତଙ୍କୁ ରୋଗ ଡେଇଁ ନଥାଏ । ସେହିଭଳି ଯଦି ୨୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇଯାଏ ତେବେ ବାକି ୮୦ ପ୍ରତିଶତଙ୍କୁ କରୋନା ହେବ ନାହିଁ  । କାରଣ ସେମାନେ ଆଗରୁ ହିଁ ଇମ୍ୟୁନ୍ ଅଛନ୍ତି । ଏମିତିରେ ଭାଇରଲ ସଂକ୍ରମଣ ବିସ୍ଥାରିତ ହେବାର ପ୍ରକ୍ରିୟା ବନ୍ଦ ହୋଇଯାଏ ଓ ମହାମାରୀରୁ ମୁକ୍ତି ପାଇବାର ସମ୍ଭାବନା ବଢିଯାଇଥାଏ ।

Leave a Reply