ଟ୍ରମ୍ପଙ୍କୁ ରାହୁଲଙ୍କ ସମାଲୋଚନା, ‘ବନ୍ଧୁ’ କହି ପ୍ରତିଶୋଧର ଭାବନା ରଖୁଛନ୍ତି ଆମେରିକା ରାଷ୍ଟ୍ରପତି !

1 min read

ନୂଆଦିଲ୍ଲୀ : ନିଦ ହଜାଇଛି କରୋନା । ଔଷଧ ପାଇଁ ଦେଶ ଦେଶ ମଧ୍ୟରେ ଟଣାଓଟରା  ସାରା ବିଶ୍ୱରେ ହାହା କାର ସୃଷ୍ଟି  କରିଥିବା ଏହି ମହାମାରୀର ସଙ୍କଟ ମଧ୍ୟରେ ଭାରତ ଏବଂ ଆମେରିକା ସମ୍ପର୍କ ଉପରେ ଦୃଢ ପ୍ରଭାବ ପଡ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଔଷଧକୁ ନେଇ ଯେପରି ନିଜର ମନ୍ତବ୍ୟ ଦେଲେ ତା ଉପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଭାରତ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ୍, କିନ୍ତୁ ପ୍ରଥମେ ଭାରତୀୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ |

ରାହୁଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ସାଙ୍ଗମାନଙ୍କ ମଧ୍ୟରେ ପ୍ରତିଶୋଧର ଭାବନା ? ଭାରତ ସମସ୍ତ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବା ଉଚିତ, କିନ୍ତୁ ସର୍ବପ୍ରଥମେ କରୋନା ରୋକିବା ପାଇଁ ସବୁ ପ୍ରକାର ଔଷଧ ଏବଂ ଉପକରଣ ନିଜ ଦେଶର କୋଣ ଅନୁକୋଣରେ ପହଞ୍ଚିବା ଦରକାର ।

ମଙ୍ଗଳବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଧମକପୂର୍ଣ୍ଣ ସ୍ୱରରେ ଦେଇଥିବା ଏକ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୟୁନ୍ ଯୋଗାଇବା ଆରମ୍ଭ ନକରିବ ତେବେ ଆମେରିକା ଏହାର ଜବାବ ଦେବ । ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ଭାରତରେ ତୀବ୍ର ସମାଲୋଚନା କରାଯାଉଛି।

ତେବେ ଏହି ଘଟଣା ପରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାର ଜବାବ ଦେଇଛି ଏବଂ କହିଛି ଯେ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ଦିଆଯିବା ଉଚିତ ନୁହେଁ । ଭାରତ ସରକାର ଏହା ନିଶ୍ଚିତ କରିଛନ୍ତି ଯେ , ପ୍ରଥମେ ଦେଶର ଲୋକମାନଙ୍କର ଆବଶ୍ୟକତାର ଧ୍ୟାନ ଦିଆଯିବ, ଯେବେ ଦେଶରେ ପୂରା ଷ୍ଟକ୍ ରହିବ, ତାପରେ ହିଁ ଅନ୍ୟ ଦେଶକୁ ସହାୟତା ଦିଆଯିବ।

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ତେବେ ଭାରତ ସରକାର କିଛି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧଗୁଡିକ ଭାରତର ସେହି ପଡୋଶୀ ଦେଶମାନଙ୍କୁ ଦିଆଯିବ, ଯେଉଁମାନେ ଭାରତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଏବଂ କରୋନା ପାଇଁ ଅଧିକ ପ୍ରଭାବିତ ଦେଶମାନଙ୍କୁ ମଧ୍ୟ ଔଷଧ ଦିଆଯିବ।

ଉଲ୍ଲେଖନୀୟ ଯେ, ଆମେରିକାରେ ବର୍ତ୍ତମାନ କରୋନା ଭାଇରସର ଏକ ଭୟଙ୍କର ରୂପ ନେଇ ସାରିଛି  ଏବଂ ଏଥିରେ ତିନି ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ 10,000 ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।

Leave a Reply